କନକ ବ୍ୟୁରୋ : ଜାତିସଂଘକୁ କଡା ସମାଲୋଚନା କଲେ ଟ୍ରମ୍ପ ।  ଭାରତ-ପାକ୍ ଯୁଦ୍ଧ ସହ ୭ ଯୁଦ୍ଧ ରୋକିଥିବା କହି ନିଜକୁ ପ୍ରସଂଶା କରିଛନ୍ତି ଆମେରିକା ରାଷ୍ଟ୍ରପତି। ଏଥିସହ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରିଛନ୍ତି ।  କହିଲେ ଜାତିସଂଘ ଯେଉଁ କାର୍ୟ୍ୟ କରିବା କଥା ସେ  କାମ କରୁଛନ୍ତି । ସେପଟେ ୟୁକ୍ରେନ ସହ ଯୁଦ୍ଧକୁ ନେଇ ଋଷିଆକୁ ଧମକ ଦେଇଛନ୍ତି । ଋଷକୁ କାଗଗ ବାଘ କହି କଲେ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି ୟୁକ୍ରେନ୍ ଯୁଦ୍ଧ ଜିତିବା ସ୍ଥିତିରେ ଅଛି। ୟୁକ୍ରେନ ସହ ୟୁରୋପିଆନ ସଂଘ, ନାଟୋ ଦେଶ ଅଛନ୍ତି । ଇୟୁ ଓ ନାଟୋ ମିଳିତ ଭାବେ ଋଷ ଦଖଲ କରିଥିବା ଅଞ୍ଚଳକୁ ଫେରାଇ ଆଣିବେ । ଜାତିସଂଘର ୮୦ ସାଧାରଣ ଅଧିବେସନରେ ଟ୍ରମ୍ପଙ୍କ ଭାଷଣକୁ ନେଇ ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛ । ଆଗକୁ ଟ୍ରମ୍ପ ଏବଂ ନାଟୋ ଦେଶଙ୍କ କ’ଣ ପଦକ୍ଷେପ ରହିବ ତାକୁ ନେଇ ଚର୍ଚ୍ଚା ବଢିଛି । ସେପଟେ ଋଷର ପ୍ରତିକ୍ରିୟା ଉପରେ ମଧ୍ୟ ବିଶ୍ବର ନଜର ରହିଛି।  ଆସନ୍ତୁ ନଜର ପକାଇକା କ’ଣ କହିଛନ୍ତି ଟ୍ରମ୍ପ

Advertisment
  • ଜାତିସଂଘକୁ କଡା ସମାଲୋଚନା କଲେ ଟ୍ରମ୍ପ
  • ‘ଭାରତ-ପାକ୍ ଯୁଦ୍ଧ ସହ ୭ ଯୁଦ୍ଧ ରୋକିଛନ୍ତି’
  • ନିଜ ପାଇଁ ନୋବେଲ  ପୁରସ୍କାର ଦାବି କରିଛନ୍ତି ଟ୍ରମ୍ପ
  • ‘ଜାତିସଂଘ ଯେଉଁ କାର୍ଯ୍ୟ  କରିବା କଥା ମୁଁ କରୁଛି’ 
  • ଲୋକେ କହୁଛନ୍ତି ମୋତେ ନୋବେଲ ପୁରସ୍କାର ମିଳିବା ଉଚିତ
  • ସେପଟେ ଯୁଦ୍ଧ ବନ୍ଦ ନେଇ ଋଷିଆକୁ ଧମକ ଦେଇଛନ୍ତି ଟ୍ରମ୍ପ
  • ୟୁକ୍ରେନ ସହ ଯୁଦ୍ଧକୁ ନେଇ ଋଷ ଉପରେ ବର୍ଷିଛନ୍ତି ଟ୍ରମ୍ପ
  • ସମାଲୋଚନା କରି ଋଷକୁ ‘କାଗଜ ବାଘ’ କହିଛନ୍ତି ଟ୍ରମ୍ପ
  • ୟୁକ୍ରେନ୍ ଯୁଦ୍ଧ ଜିତିବା ସ୍ଥିତିରେ ଅଛି: ଟ୍ରମ୍ପ
  • ୟୁକ୍ରେନ ସହ ୟୁରୋପିଆନ ସଂଘ, ପୁରା ନାଟୋ ଅଛନ୍ତି
  • ଇୟୁ ଓ ନାଟୋ ମିଳିତ ଭାବେ ଋଷ ଦଖଲ କରିଥିବା ଅଞ୍ଚଳକୁ ଫେରାଇ ଆଣିବେ
  • ଋଷ ଯୁଦ୍ଧର କୌଣସି ଲକ୍ଷ୍ୟ ନାହିଁ
  • ଋଷ ଏବେ ‘କାଗଜ ବାଘ’ ସଦୃଶ ହୋଇଯାଇଛି
  • ଋଷରେ ଏବେ ଜଟିଳ ଆର୍ଥିକ  ସଙ୍କଟ ଦେଇ ଗତି କରୁଛି
  • ଜାତିସଂଘର ଅଧିବେସନରେ ଟ୍ରମ୍ପଙ୍କ ଭାଷଣକୁ ନେଇ ଚର୍ଚ୍ଚା