ଆମେରିକା ବିମାନ ଦୁର୍ଘଟଣା ପ୍ରସଙ୍ଗ । ଓବାମା ଓ ବାଇଡେନ୍‌ଙ୍କୁ ଦାୟୀ କଲେ ଟ୍ରମ୍ପ୍‌ ।

Advertisment

ବିମାନ ଦୁର୍ଘଟଣା ପାଇଁ ଟ୍ରମ୍ପ୍ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବାରାକ୍ ଓବାମାଙ୍କୁ ଟାର୍ଗେଟ କରିଛନ୍ତି । ଆକାଶ ସଫା ଥିବା ସତ୍ତ୍ୱେ ଏହି ଦୁର୍ଘଟଣା କିପରି ଘଟିଲା? ହେଲିକପ୍ଟରଟି କିପରି ଏବଂ କାହିଁକି ବିମାନ ଆଡକୁ ଗତି କରି ଚାଲିଲା? ଟ୍ରମ୍ପ ପ୍ରଶ୍ନ କରିଥିଲେ । 

Updated On

ବିମାନ ଦୁର୍ଘଟଣା ପାଇଁ ଟ୍ରମ୍ପ୍ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବାରାକ୍ ଓବାମାଙ୍କୁ ଟାର୍ଗେଟ କରିଛନ୍ତି । ଆକାଶ ସଫା ଥିବା ସତ୍ତ୍ୱେ ଏହି ଦୁର୍ଘଟଣା କିପରି ଘଟିଲା? ହେଲିକପ୍ଟରଟି କିପରି ଏବଂ କାହିଁକି ବିମାନ ଆଡକୁ ଗତି କରି ଚାଲିଲା? ଟ୍ରମ୍ପ ପ୍ରଶ୍ନ କରିଥିଲେ । 

ଅଦ୍ୟତନ ହୋଇଛି
trump-1

କନକ ବ୍ୟୁରୋ: ଆମେରିକା ରାଜଧାନୀ ୱାସିଂଟନ ଡିସିରେ ଭୟଙ୍କର ବିମାନ ଦୁର୍ଘଟଣା ପ୍ରସଙ୍ଗ । ଏଫଏଏର ତ୍ରୁଟିପୂର୍ଣ୍ଣ କାର୍ୟ୍ୟଶୈଳୀକୁ ଦାୟୀ କଲେ ଟ୍ରମ୍ପ । ଏତେବଡ଼ ବିମାନ ଦୁର୍ଘଟଣା ପାଇଁ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବାରାକ୍ ଓବାମାଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଗୁରୁବାର ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ବୋଧନ ସମୟରେ ଉଭୟ ନେତାଙ୍କ ସାଲିସଗତ ନୀତି ଏବଂ ଏୟାର ଟ୍ରାଫିକ କଣ୍ଟ୍ରୋଲର ଦାୟିତ୍ବହୀନତା ଯୋଗୁ ଏତେବଡ଼ ଦୁର୍ଘଟଣା ଘଟିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । 

ଲୋକଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା, ହେଲେ ବାଇଡେନ ଓ ଓବାମାଙ୍କ ଡେମୋକ୍ରାଟିକ ନୀତିକୁ ପ୍ରାଥମିକତା ଦେବା ସହିତ ଅଯୋଗ୍ୟ ବ୍ୟକ୍ତିଙ୍କୁ ନିଜ ପ୍ରଶାସନରେ ସ୍ଥାନ ଦେଇଥାନ୍ତି, ଅକ୍ଷମ ବ୍ୟକ୍ତିଙ୍କ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି । ବିମାନଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ନୂତନ ଭାବେ କ୍ରିଶ୍ ରୋସେଲ୍ୟୁଙ୍କୁ ସେ କାର୍ୟ୍ୟବାହୀ ଏଭିଏସନ ଆଡ଼ମିନିଷ୍ଟ୍ରେଟର ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ଆକାଶ ସଫା ଥିବା ସତ୍ତ୍ୱେ ଏହି ଦୁର୍ଘଟଣା କିପରି ଘଟିଲା? ହେଲିକପ୍ଟରଟି କିପରି ଏବଂ କାହିଁକି ବିମାନ ଆଡକୁ ଗତି କରି ଚାଲିଲା, କାହିଁକି ଏହା ଉପରକୁ, ତଳକୁ କିମ୍ବା ଅନ୍ୟ ପାର୍ଶ୍ୱକୁ ଗଲା ନାହିଁ? ଏୟାର ଟ୍ରାଫିକ କଣ୍ଟ୍ରୋଲର କଣ କରୁଥିଲେ ? ବୋଲି ଟ୍ରମ୍ପ ପ୍ରଶ୍ନ କରିଥିଲେ। 

ବୁଧବାର ରାତିରେ ସେନା ହେଲିକପ୍ଟର ଓ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ମୋଟ ୬୩ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ୨୮ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏଭଳି ବିମାନ ଦୁର୍ଘଟଣାକୁ ଆମେରିକା ଇତିହାସରେ ସବୁଠୁ ବଡ଼ ବିମାନ ଦୁର୍ଘଟଣା ଭାବେ ବିବେଚନା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe