ପୁଣି ରଙ୍ଗ ବଦଳାଇଲେ ଟ୍ରମ୍ପ୍ : ସାମ୍ବାଦିକ ସମ୍ମିଳନୀରେ କହିଲେ ମୋଦୀ ଜଣେ ମହାନ ବ୍ୟକ୍ତି, ମୋର ଭଲ ବନ୍ଧୁ

ଟାରିଫ୍‌କୁ ନେଇ ଭାରତ-ଆମେରିକା ମଧ୍ୟରେ ତିକ୍ତତା ମଧ୍ୟରେ ସେ ବଡ଼ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ ।

TRUMP MODI

TRUMP MODI Photograph: (KanakNews)

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡରିଗଲେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ? ଟାରିଫ୍‌କୁ ନେଇ ଭାରତ-ଆମେରିକା ମଧ୍ୟରେ ତିକ୍ତତା ମଧ୍ୟରେ ସେ ବଡ଼ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ । କହିଛନ୍ତି,ମୋଦୀ ତାଙ୍କର ଭଲ ବନ୍ଧୁ,ଆଗକୁ ମଧ୍ୟ ଭଲ ବନ୍ଧୁ ହୋଇ ରହିବେ । ମୋଦୀ ମହାନ , ଆଉ ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ହେଲେ ସେ ବର୍ତ୍ତମାନ ସମୟରେ ଯାହା କରୁଛନ୍ତି, ତାହା ଠିକ୍ ନୁହଁ । କିନ୍ତୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବେଶ୍ ସ୍ବତନ୍ତ୍ର । ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି ଆମେରିକା । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ନିକଟରେ ଏସ୍‌ସିଓ ସମ୍ମିଳନୀରେ ମୋଦୀଙ୍କ ସହ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍ ଓ ରୁଷ୍ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଘନିଷ୍ଠତା ଦେଖିଥିଲା ସାରା ବିଶ୍ବ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଟ୍ରମ୍ପଙ୍କ ଏପରି ବୟାନ ଚର୍ଚ୍ଚା ବଢ଼ାଇଛି । 

‘ମୋଦୀ ମୋର ଭଲ ବନ୍ଧୁ’
ମୋଦୀ ଭଲ ବନ୍ଧୁ, ଆଗକୁ ଭଲ ବନ୍ଧୁ ହୋଇ ରହିବେ
ନରେନ୍ଦ୍ର ମୋଦୀ ମହାନ ବ୍ୟକ୍ତି
ମୋଦୀ ଜଣେ ମହାନ ପ୍ରଧାନମନ୍ତ୍ରୀ
ସେ ବର୍ତ୍ତମାନ ସମୟରେ ଯାହା କରୁଛନ୍ତି, ତାକୁ ମୁଁ ପସନ୍ଦ କରୁନି
ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବେଶ୍ ସ୍ବତନ୍ତ୍ର 
ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe