କନକ ବ୍ୟୁରୋ : ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ ଆମେରିକା ରାଷ୍ଟ୍ରପତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଦୁଇ ପକ୍ଷର ଯୁଦ୍ଧରେ ୬-୭ଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା । ଏହି ସଂଘର୍ଷ ଏକ ପରମାଣୁ ଯୁଦ୍ଧରେ ପରିଣତ ହୋଇପାରିଥାନ୍ତା । ତେବେ ଆମେ ଦୁଇ ଦେଶ ସହ କଥା ହୋଇ ଏହି ଯୁଦ୍ଧର ଭୟାବହତାରେ ରୋକ୍ ଲଗାଇଥିଲୁ । କେବଳ ଏହି ଗୋଟିଏ ନୁହେଁ ଗତ ଛଅ ମାସରେ ଛଅଟି ଯୁଦ୍ଧର ସମାଧାନ କରିଛି ବୋଲି ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିକଟରେ ବାଙ୍ଗାଲୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ସ୍ପଷ୍ଟ କରିଥିଲେ ଯେ ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇଦେଇଥିଲା । ଏହାପରେ ଟ୍ରମ୍ପଙ୍କ ଏଭଳି ବୟାନ ସାମ୍ନାକୁ ଆସିଛି ।
-ଭାରତ-ପାକିସ୍ତାନ ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ ଆମେରିକା ରାଷ୍ଟ୍ରପତି
-ଦୁଇ ପକ୍ଷର ଯୁଦ୍ଧରେ ୬-୭ଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା
-ଏହି ସଂଘର୍ଷ ଏକ ପରମାଣୁ ଯୁଦ୍ଧରେ ପରିଣତ ହୋଇପାରିଥାନ୍ତା: ଟ୍ରମ୍ପ
-ଦୁଇ ଦେଶ ସହ କଥା ହୋଇ ଯୁଦ୍ଧର ଭୟାବହତାରେ ରୋକ୍ ଲଗାଇଥିଲୁ: ଟ୍ରମ୍ପ
-ଗତ ଛଅ ମାସରେ ଛଅଟି ଯୁଦ୍ଧର ସମାଧାନ କରିଛି କହିଲେ ଡୋନାଲ୍ଡ ଟ୍ରମ୍ପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/15/3-2025-08-15-07-54-39.jpg)