କନକ ବ୍ୟୁରୋ : ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ ଆମେରିକା ରାଷ୍ଟ୍ରପତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଦୁଇ ପକ୍ଷର ଯୁଦ୍ଧରେ ୬-୭ଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା । ଏହି ସଂଘର୍ଷ ଏକ ପରମାଣୁ ଯୁଦ୍ଧରେ ପରିଣତ ହୋଇପାରିଥାନ୍ତା । ତେବେ ଆମେ ଦୁଇ ଦେଶ ସହ କଥା ହୋଇ ଏହି ଯୁଦ୍ଧର ଭୟାବହତାରେ ରୋକ୍ ଲଗାଇଥିଲୁ । କେବଳ ଏହି ଗୋଟିଏ ନୁହେଁ ଗତ ଛଅ ମାସରେ ଛଅଟି ଯୁଦ୍ଧର ସମାଧାନ କରିଛି ବୋଲି ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିକଟରେ ବାଙ୍ଗାଲୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ସ୍ପଷ୍ଟ କରିଥିଲେ ଯେ ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇଦେଇଥିଲା । ଏହାପରେ ଟ୍ରମ୍ପଙ୍କ ଏଭଳି ବୟାନ ସାମ୍ନାକୁ ଆସିଛି ।
-ଭାରତ-ପାକିସ୍ତାନ ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ ଆମେରିକା ରାଷ୍ଟ୍ରପତି
-ଦୁଇ ପକ୍ଷର ଯୁଦ୍ଧରେ ୬-୭ଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା
-ଏହି ସଂଘର୍ଷ ଏକ ପରମାଣୁ ଯୁଦ୍ଧରେ ପରିଣତ ହୋଇପାରିଥାନ୍ତା: ଟ୍ରମ୍ପ
-ଦୁଇ ଦେଶ ସହ କଥା ହୋଇ ଯୁଦ୍ଧର ଭୟାବହତାରେ ରୋକ୍ ଲଗାଇଥିଲୁ: ଟ୍ରମ୍ପ
-ଗତ ଛଅ ମାସରେ ଛଅଟି ଯୁଦ୍ଧର ସମାଧାନ କରିଛି କହିଲେ ଡୋନାଲ୍ଡ ଟ୍ରମ୍ପ