କନକ ବ୍ୟୁରୋ :  ଆଉ ମାତ୍ର କିଛି ସମୟର ଅପେକ୍ଷା । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି  ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ ।  ଯାହାକୁ ଅନାଇ ରହିଛି ସାରା ବିଶ୍ବବାସୀ ।  ଭାରତୀୟ ସମୟ ଅନୁସାରେ ଟ୍ରମ୍ପ ରାତି ପ୍ରାୟ ସାଢେ ୧୦ଟାରେ  ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ।  ଅନେକ ଦଶକ ପରେ ଏହି ଶପଥ ଗ୍ରହଣ ସମାରୋହ ଖୋଲାରେ ନ ହୋଇ ପାର୍ଲାମେଂଟ ଭିତରେ ହେବ । ଆମେରିକାରେ ପ୍ରବଳ ଶୀତଲହରୀ ଜାରି ରହିଥିବାରୁ ସଂସଦ ଭିତରେ ଏହି ଶପଥ ସମାରୋହର ଆୟୋଜନ କରାଯାଉଛି ।  ସୁରକ୍ଷା ପାଇଁ ଏଥର  ଅଭୁତପୂର୍ବ ବ୍ୟବସ୍ଥା ହୋଇଛି । କୁହାଯାଉଛି ଆମେରିକାରେ ଏହା ହେଉଛି ସବୁଠାରୁ ସୁରକ୍ଷିତ ଶପଥଗ୍ରହଣ ସମାରୋହ । ଗତବର୍ଷ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ଏଭଳି ସୁରକ୍ଷା ହୋଇଛି । 

Advertisment

-ଶପଥ ଗ୍ରହଣ ସମାରୋହରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସାମିଲ ହେବେ
-ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏକ ପତ୍ର ସେ ଡୋନାଲ୍ଡ ଟ୍ରମ୍ପକୁ ଦେବେ
-ଶପଥ ଗ୍ରହଣ ପରେ ପରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାହେବେ ପୁଟିନ
-ଏ ନେଇ ଟିମ ଟ୍ରମ୍ପଙ୍କୁ  ନିର୍ଦ୍ଦେଶ ଦିଆସରିଛି
-ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ହୋଇପାରେ ଆଲୋଚନା
-ଶପଥ ଦେବେ ପ୍ରଧାନ ବିଚାରପତି, ଉପସ୍ଥିତ ରହିବେ ବାଇଡେନ
-ଦୁଇଟି ବାଇବେଲ ଉପରେ ହାତ ରଖି ଶପଥ ନେବେ ଟ୍ରମ୍ପ
-ଗୋଟିଏ ବାଇବେଲ ଟ୍ରମ୍ପଙ୍କୁ ତାଙ୍କ ମା ୧୯୫୫ରେ ଦେଇଥିଲେ
-ଦ୍ବିତୀୟ ବାଇବେଲ ହେଉଛି ଲିଙ୍କନଙ୍କ ବାଇବେଲ
-ଭେଲଭେଟ କପଡାରେ ଗୁଡା ହୋଇ ରହିଛି ଏହି ବାଇବେଲ୍
-୧୮୬୧ରେ ଆବ୍ରାହାମ ଲିଙ୍କନ ଏହି ବାଇବେଲ ଧରି ଶପଥ ନେଇଥିଲେ
-ଆମେରିକା ରାଷ୍ଟ୍ରପତିଙ୍କ ଶପଥରେ ୩୫ ଶଦ୍ଦ ରହିଥାଏ