ଖାମେନି ଓ ତାଙ୍କ ପୁଅକୁ ଟାର୍ଗେଟ କରିବାକୁ ଆମେରିକା ସେନାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ

Advertisment

ଟ୍ରମ୍ପ ଇରାନର ସୁପ୍ରିମ ନେତା ଅୟାତୋଲ୍ଲା ଅଲି ଖାମେନି ଓ ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ଟାର୍ଗେଟ କରି ହତ୍ୟା କରିବାକୁ ଆମେରିକା ସେନାକୁ ବିକଳ୍ପ ଦେଇଥିବା ଆକ୍ସିଓସ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ମୋଜତାବାଙ୍କୁ ଖାମେନିଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଛି ।

ଟ୍ରମ୍ପ ଇରାନର ସୁପ୍ରିମ ନେତା ଅୟାତୋଲ୍ଲା ଅଲି ଖାମେନି ଓ ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ଟାର୍ଗେଟ କରି ହତ୍ୟା କରିବାକୁ ଆମେରିକା ସେନାକୁ ବିକଳ୍ପ ଦେଇଥିବା ଆକ୍ସିଓସ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ମୋଜତାବାଙ୍କୁ ଖାମେନିଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଛି ।

Trump orders

Trump orders Photograph: (kanak news)

କନକ ବ୍ୟୁରୋ : ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଟାର୍ଗେଟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନ ଉପରେ ଗୋଟିଏ ପଟରେ ଆକ୍ରମଣ ଧମକ ଓ ଅନ୍ୟପଟରେ ଶାନ୍ତିଚୁକ୍ତିର ପ୍ରସ୍ତାବ ଦେଇଛନ୍ତି । ଅପରପକ୍ଷେ ଟ୍ରମ୍ପ ଇରାନର ସୁପ୍ରିମ ନେତା ଅୟାତୋଲ୍ଲା ଅଲି ଖାମେନି ଓ ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ଟାର୍ଗେଟ କରି ହତ୍ୟା କରିବାକୁ ଆମେରିକା ସେନାକୁ ବିକଳ୍ପ ଦେଇଥିବା ଆକ୍ସିଓସ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ମୋଜତାବାଙ୍କୁ ଖାମେନିଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଛି ।

ଆକ୍ସିଓସ୍‌ ଆମେରିକାର ବରିଷ୍ଠ ପ୍ରଶାସନିକ ସୂତ୍ରଠାରୁ ପାଇଥିବା ଖବର ଅନୁଯାୟୀ ଖାମେନି, ତାଙ୍କ ପୁଅ ଓ ମୁଲ୍ଲାମାନଙ୍କୁ ଟାର୍ଗେଟ କରି ହତ୍ୟା କରିବାକୁ ଟ୍ରମ୍ପ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ‌ହୋଇପାରିନାହିଁ। ରା‌ଷ୍ଟ୍ରପତି କେତେବେଳେ କ’ଣ ନିଷ୍ପତ୍ତି ନେବେ କେହି ଜାଣିନାହାନ୍ତି ବୋଲି ସୂତ୍ରଠାରୁ ପ୍ରକାଶ। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଖାମେନି ଓ ତାଙ୍କ ପୁତ୍ରକୁ ହତ୍ୟା କରିବା ନେଇ ଅନେକ ଦିନରୁ ଟ୍ରମ୍ପଙ୍କ ଆଗରେ ପ୍ରସ୍ତାବ ରଖାଯାଇଛି। ଆଉ ଜଣେ ବରିଷ୍ଠ ପରାମର୍ଶଦାତା କହିଛନ୍ତି ଯେ, ଟ୍ରମ୍ପ ଜାଣିଶୁଣି ରଣନୈତିକ ଅସ୍ପଷ୍ଟତା ବଜାୟ ରଖିଛନ୍ତି। ସେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି। ତେବେ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଥିବାବେଳେ ହ୍ବାଇଟ୍‌ ହାଉସ୍‌ ପ୍ରବକ୍ତା ଆନ୍ନା କେଲି ଆମେରିକାର ସାମରିକ ଯୋଜନା ଉପରେ କୌଣସି ସ୍ପଷ୍ଟ ମନ୍ତବ୍ୟ ରଖିବାକୁ ମନା କରିଦେଇଛନ୍ତି । 

ଅଧିକ ପଢ଼ନ୍ତୁ---କେନାଲରେ ଖସିପଡ଼ିଲା ସେନାର ବିପି ବଙ୍କର ଗାଡ଼ି: ୭ ସିଆର୍‌ପିଏଫ୍ ଯବାନ ଆହତ

କେଲି କହିଛନ୍ତି, ଗଣମାଧ୍ୟମ ରାଷ୍ଟ୍ରପତିଙ୍କୁ ନେଇ ବିଭିନ୍ନ ପ୍ରକାରର ଆକଳନ କରିପାରେ କିନ୍ତୁ କେବଳ ରାଷ୍ଟ୍ରପତି ଜାଣନ୍ତି ସେ କ’ଣ କରିବେ ଓ କ’ଣ ନ କରିବେ। ଇରାନର ପ୍ରମୁଖ ନେତାଙ୍କ ଉପରେ ଆକ୍ରମଣ ୱାସିଂଟନ ଓ ତେହେରାନ ଉପରେ ଉତ୍ତେଜନାକୁ ନାଟକୀୟ ଭାବେ ବୃଦ୍ଧି କରିବ ଏବଂ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ସ୍ଥିରତା ପ୍ରତି ସୁଦୂରଗାମୀ ପ୍ରଭାବ ପକାଇବ ବୋଲି ଆମେରିକା ଅନୁମାନ କରୁଛି। ଗୁରୁବାର ଟ୍ରମ୍ପ ଇରାନକୁ ଚେତାବନୀ ଦେଇ ପରମାଣୁ ଚୁକ୍ତିରେ ରାଜି ହେବା ନଚେତ୍‌ ଖରାପ ପରିଣାମ ଭୋଗିବାକୁ ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ, ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ଚୁକ୍ତି କରିବାକୁ ଇରାନ ଉପରେ ଚାପ ପାଇଁ ଆମେରିକା ୨୦୦୩ ଇରାକ୍‌ ଯୁଦ୍ଧ ପରଠାରୁ ମଧ୍ୟପ୍ରାଚ୍ୟରେ ସବୁଠୁ ବଡ଼ ସେନା ମୁତୟନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe