କନକ ବ୍ୟୁରୋ : ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଭେଟିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏହି ସମୟରେ ନେତାନ୍ୟାହୁ  ଟ୍ରମ୍ପଙ୍କୁ ଏକ ସୁନା ପେଜର ଉପହାର ଦେଇଥିବା କୁହାଯାଉଛି । ଏହି ଉପହାର ସେପ୍ଟେମ୍ବର ୨୦୨୪ରେ ଇରାନ ଉପରେ ଇସ୍ରାଏଲର "ପେଜର ଆକ୍ରମଣ" ବିଷୟରେ ଉଲ୍ଲେଖ କରେ । ଏହି ଉପହାର ଲେବାନନ୍ ଓ ଅନ୍ୟ ଆରବ ଦେଶଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିପାରେ।

Advertisment

ଜେରୁଜେଲମ ପୋଷ୍ଟ ଅନୁଯାୟୀ, ନେତାନ୍ୟାହୁ ଟ୍ରମ୍ପଙ୍କୁ ଏହି ଉପହାର ଦେଇ ଇସ୍ରାଏଲର ସଫଳ ସାମରିକ ରଣନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଉପହାର ପାଇବା ପରେ ଟ୍ରମ୍ପ ନେତାନ୍ୟାହୁଙ୍କୁ କହିଥିଲେ, ଏହା ଏକ ଚମତ୍କାର ଅପରେସନ ଥିଲା ଏବଂ ଟ୍ରମ୍ପ ନେତନ୍ୟାହୁଙ୍କୁ ଉଭୟଙ୍କ ଫଟୋ ପ୍ରଦାନ କରିଥିଲେ। ଯେଉଁଥିରେ ଲେଖାଥିଲା, "ବିବି, ଜଣେ ମହାନ ନେତା ।

ସେପ୍ଟେମ୍ବର ୨୦୨୪ରେ ଇସ୍ରାଏଲ ହିଜବୁଲ୍ଲାର ଶତାଧିକ ଆତଙ୍କବାଦୀଙ୍କ ଉପରେ "ପେଜର ଆକ୍ରମଣ" ଆରମ୍ଭ କରିଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ । ଏହି ଅପରେସନର ଏକ ଅଂଶ ଭାବରେ ଲେବାନନରେ ହିଜବୁଲ୍ଲା ସଦସ୍ୟଙ୍କ ଦ୍ୱାରା ବ୍ୟବହୃତ ପେଜର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୩୯ରୁ ଅଧିକ ଇରାନ ସମର୍ଥିତ ଆତଙ୍କବାଦୀ ନିହତ ହୋଇଥିଲେ ।