ଫେବ୍ରୁଆରୀରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ହୋଇପାରେ ବୈଠକ : ବ୍ୟବସାୟିକ ଓ ଶ୍ରମିକ ଭିସା ଉପରେ ହୋଇପାରେ ଆଲୋଚନା

Advertisment

ଫେବ୍ରୁଆରୀରେ ଆମେରିକାରେ ପିଏମ୍ ମୋଦୀ-ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇପାରେ ବୈଠକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଖୁବଶୀଘ୍ର ବୈଠକ ହୋଇପାରେ । 

ଫେବ୍ରୁଆରୀରେ ଆମେରିକାରେ ପିଏମ୍ ମୋଦୀ-ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇପାରେ ବୈଠକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଖୁବଶୀଘ୍ର ବୈଠକ ହୋଇପାରେ । 

febuary

febuary Photograph: (KanakNews )

କନକବ୍ୟୁରୋ : ଫେବ୍ରୁଆରୀରେ ଆମେରିକାରେ ପିଏମ୍ ମୋଦୀ-ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇପାରେ ବୈଠକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଖୁବଶୀଘ୍ର ବୈଠକ ହୋଇପାରେ ।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତୀୟ ଏବଂ ଆମେରିକୀୟ କୂଟନୀତିଜ୍ଞ ଫେବ୍ରୁଆରୀରେ ୱାଶିଂଟନରେ ପିଏମ୍ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବା ପାଇଁ ପ୍ରସାୟ କରୁଛନ୍ତି। ଯଦି ଏହି ବୈଠକ ହୁଏ ତେବେ ପିଏମ୍ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବ୍ୟବସାୟ ଏବଂ ଶ୍ରମିକ ଭିସା ଉପରେ ଚର୍ଚ୍ଚା ହୋଇପାରେ । 

ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ହ୍ୱାଇଟ୍ ହାଉସରେ ପହଞ୍ଚିବା ପରେ ନୂଆଦିଲ୍ଲୀରେ ଅଧିକାରୀଙ୍କ ମଧ୍ୟରେ ଭାରତ ଉପରେ ଟାରିଫ୍ ବୃଦ୍ଧି କରାଯିବାକୁ ନେଇ ଚିନ୍ତା ବଢିଛି ।  ତେବେ ଫେବ୍ରୁଆରୀରେ ଏହି ବୈଠକ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।  ତେବେ ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ନିଶ୍ଚିତ ଦ୍ୱିପାକ୍ଷିକ ବୈଠକ ହୋଇପାରେ ।

ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର କ୍ୱାଡ୍ ସଦସ୍ୟ ରାଷ୍ଟ୍ରମୁଖ୍ୟ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବେ  । ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ୨୦୨୦ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସିଥିଲେ  ।  ସେତେବେଳେ ଅହମଦାବାଦର କ୍ରିକେଟ୍ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe