କନକ ବ୍ୟୁରୋ: ଏସସିଓ ସମ୍ମିଳନୀରେ ଭାରତ, ରୁଷ ଓ ଚୀନ ଏକାଠି ହୋଇଥିଲେ । ସେପଟେ ବେଜିଂର ବିଜୟ ଦିବସରେ ରୁଷ, ଚୀନ ଓ ଉତ୍ତର କୋରିଆକୁ ଦେଖି ବୋଧହୁଏ ଛାନିଆ ହୋଇଯାଇଛି ଆମେରିକା । ଗତକାଲି ଆମେରିକା ରାଷ୍ଟ୍ରପତିଙ୍କ ଭାରତ ପ୍ରତି ପରିବର୍ତ୍ତିତ ବୟାନ ଏହାର ବଡ଼ ଉଦାହରଣ । ଏହା ଭିତରେ ମିଳିଛି ଆଉ ଏକ ବଡ଼ ଖବର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅକ୍ଟୋବରରେ ଦକ୍ଷିଣ କୋରିଆ ଗସ୍ତ କରିପାରନ୍ତି । ଟ୍ରମ୍ପ ଏସିଆ ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ ସମ୍ମିଳନୀରେ ଯୋଗଦେବେ। ଏହି ଶିଖର ସମ୍ମିଳନୀରେ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ କହିଛନ୍ତି ଯେ ଟ୍ରମ୍ପ ତାଙ୍କର ଶ୍ରେଷ୍ଠ ପରାମର୍ଶଦାତାଙ୍କ ସହିତ ଦକ୍ଷିଣ କୋରିଆ ଗସ୍ତ କରିବେ ।

Advertisment

ଜିନପିଙ୍ଗଙ୍କୁ ଭେଟିବେ ଟ୍ରମ୍ପ
ଦକ୍ଷିଣ କୋରିଆରେ ହେବ ସାକ୍ଷାତ
-ଦକ୍ଷିଣ କୋରିଆର ଗିଓଙ୍ଗଜୁ ସହରରେ ଏପିଇସି ସମ୍ମିଳନୀ ହେବ
-ଶିଖର ସମ୍ମିଳନୀ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ହୋଇପାରେ
- ଏହି ଅବସରରେ ଟ୍ରମ୍ପ ଏବଂ ଜିନପିଙ୍ଗ ମଧ୍ୟରେ ସାକ୍ଷାତ ହେବ
-ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରେ
-ଗତ ମାସରେ ମଧ୍ୟ ଟ୍ରମ୍ପ ଜିନପିଙ୍ଗଙ୍କ ସହ ଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଥିଲେ
-ଦକ୍ଷିଣ କୋରିଆ ଗସ୍ତ ସମୟରେ କିମ୍ ଜୋଙ୍ଗ ଉନଙ୍କୁ ପୁଣି ଥରେ ଭେଟିପାରନ୍ତି
-ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ମଧ୍ୟରେ ଟ୍ରମ୍ପ ଜିନପିଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି
-ଟ୍ରମ୍ପ ପ୍ରଶାସନ ଏପ୍ରିଲରେ ଚୀନ ସାମଗ୍ରୀ ଉପରେ ୧୪୫% ଟାରିଫ ଲଗାଇଥିଲେ
-ଯାହାର ଜବାବରେ ଚୀନ ଆମେରିକୀୟ ସାମଗ୍ରୀ ଉପରେ ୧୨୫% ଶୁଳ୍କ ଲଗାଇଥିଲା
-ନିକଟରେ ଟ୍ରମ୍ପ ଟାରିଫ ବୃଦ୍ଧିକୁ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି