କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସହ ବଡ ତୈଳ ଚୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି, ଯେଉଁଥିରେ ଉଭୟ ଦେଶ ପାକିସ୍ତାନର ବିପୁଳ ତୈଳ ଭଣ୍ଡାର ବିକାଶ ପାଇଁ ଏକତ୍ର କାର୍ଯ୍ୟ କରିବେ । ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ରେ ପୋଷ୍ଟ କରି କହିଛନ୍ତି, ଆମେ ପାକିସ୍ତାନ ସହ ଏକ ଚୁକ୍ତି ସମ୍ପନ୍ନ କରିଛୁ, ଯାହା ଅନୁସାରେ ପାକିସ୍ତାନ ଓ ଆମେରିକା ତାଙ୍କ ବିଶାଳ ତୈଳ ଭଣ୍ଡାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ । ଟ୍ରମ୍ପ ଆହୁରି କହିଛନ୍ତି, ଏହି ପାର୍ଟନରସିପର ନେତୃତ୍ୱ ନେବା ପାଇଁ ତୈଳ କମ୍ପାନି ଚୟନ ପ୍ରକ୍ରିୟା ଚାଲିଛି ଏବଂ “କିଏ ଜାଣେ, ହୁଏତ ସେମାନେ ଦିନେ ଭାରତକୁ ତୈଳ ବିକ୍ରି କରିବେ । ଭିକାରୀ ପାକିସ୍ତାନକୁ ଆମେରିକାର ଏତେ ଭଲ ପାଇବା କାରଣ ହେଉଛି ,ରୁଷ ସହ ଭାରତର ସମ୍ପର୍କ ଏବଂ ରୁଷ ଠାରୁ ଭାରତ କାହିଁକି ତୈଳ ଆମଦାନୀ କରୁଛି । ଏହି ଘୋଷଣା ଟ୍ରମ୍ପଙ୍କ ଭାରତୀୟ ଆମଦାନୀ ଉପରେ ୨୫% ଟାରିଫ ଏବଂ ରୁଷିଆରୁ ତୈଳ ଓ ସାମରିକ ସାମଗ୍ରୀ କ୍ରୟ ପାଇଁ ଅତିରିକ୍ତ ଜୋରିମାନା ଘୋଷଣା କରିବାର କିଛି ଘଣ୍ଟା ପରେ ଆସିଛି । ଏହି ଚୁକ୍ତି ଆମେରିକାର ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କ ବୃଦ୍ଧିର ଏକ ଅଂଶ ଭାବେ ଦେଖାଯାଉଛି, ଯେଉଁଥିରେ ଗତ ସପ୍ତାହରେ ଆମେରିକୀୟ ସେକ୍ରେଟାରୀ ଅଫ ଷ୍ଟେଟ ମାର୍କୋ ରୁବିଓଙ୍କ ସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ବୈଠକ ପରେ ଏକ ବାଣିଜ୍ୟ ଚୁକ୍ତି ବହୁତ ନିକଟ ବୋଲି ଦାର କହିଥିଲେ ।
୨୦୨୪ରେ ଆମେରିକା-ପାକିସ୍ତାନ ବାଣିଜ୍ୟ ୭.୩ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୩ ତୁଳନାରେ ବୃଦ୍ଧି ପାଇଛି
ଟ୍ରମ୍ପଙ୍କ ଭାରତ ଉପରେ ଟାରିଫ୍ ଏବଂ ପାକିସ୍ତାନ ସହ ତୈଳ ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଗତିଶୀଳତା ଉପରେ ପ୍ରଭାବ ପଡ଼ିପାରେ
ଟ୍ରମ୍ପଙ୍କ ଏହି ଚୁକ୍ତି ଦକ୍ଷିଣ ଏସିଆରେ ଆମେରିକାର ରଣନୈତିକ ସ୍ଥିତିକୁ ମଜଭୁତ କରିବାର ଲକ୍ଷ୍ୟ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହି ଟ୍ରେଡ୍ ଡିଲ୍ ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଏହାକୁ ଏକ ସ୍ଥାୟୀ ସହଭାଗିତାର ସୀମା ବିସ୍ତାର କରିବା ପାଇଁ ଏକ ପଦକ୍ଷେପ ବୋଲି କହିଛନ୍ତି।ଅନ୍ୟପଟେ ଦେଖିଲେ ଚୀନରୁ ସହଯୋଗ ସମର୍ଥନ ପାଉଥିବା ପାକିସ୍ତାନକୁ ଆମେରିକାର ବଡ ସହଯୋଗ ଭାରତ ପାଇଁ ପ୍ରମୁଖ ଚିନ୍ତାର କାରଣ ସାଜିବ ।
ରୁଷ ସହ ଭାରତର ସମ୍ପର୍କକୁ ଦେଖି ଛାନିଆ ଟ୍ରମ୍ପ, ପାକିସ୍ତାନରେ ଆମେରିକା କରିବ ତୈଳ ଭଣ୍ଡାର
ଭିକାରୀ ଦେଶରେ ଆମେରିକା କରିବ ତୈଳ ଭଣ୍ଡାର ।
/kanak/media/media_files/2025/07/31/trump-2025-07-31-20-25-43.jpg)