ନୋବେଲ ସ୍ବପ୍ନକୁ ଝଟକା ପରେ ରାଗ ଶୁଝାଉଛନ୍ତି ଟ୍ରମ୍ପ : ଭାରତ-ପାକିସ୍ତାନ ଅସ୍ତ୍ରବିରତି ଶ୍ରେୟ ନେବାକୁ ଚାହୁଁଥିଲେ ଆମେରିକା ରାଷ୍ଟ୍ରପତି

ଭାରତ ଉପରେ କାହିଁକି ଟାରିଫ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଏନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏନେଇ ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ଏକ ଖବର ପ୍ରକାଶ ପାଇଛି।

08

Photograph: (KANAKNEWS)

କନକବ୍ୟୁରୋ :  ଭାରତ ଉପରେ କାହିଁକି ଟାରିଫ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଏନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏନେଇ ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ଏକ ଖବର ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଅପରେସନ ସିନ୍ଦୁରରେ ଭାରତ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା , 

ଆଉ ପାକିସ୍ତାନର ଅନୁରୋଧ ପରେ ଅସ୍ତ୍ରବିରତି ହୋଇଥିଲା । ହେଲେ ଏହାର ଶ୍ରେୟ ନେବାକୁ ଟ୍ରମ୍ପ ଚାହୁଁଥିଲେ। ଏପରିକି ବାରମ୍ବାର ଗଣମାଧ୍ୟମରେ କହି ଆସୁଥିଲେ, ଏବେ ବି କହି ଆସୁଛନ୍ତି  ।  ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଜୁନ୍ ୧୧ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲା ।

ଏଥିରେ ଅସ୍ତ୍ରବିରତିର ଶ୍ରେୟ ପାଇଁ ଟ୍ରମ୍ପ ଦାବି କରିଥିଲେ ।  ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ରୋକଠୋକ ଭାଷାରେ ଖଣ୍ଡନ କରିଥିଲେ। ବରଂ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହି ଅସ୍ତ୍ରବିରତି ହୋଇଛି । ଏଥିରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଜଣାଇ ଦେଇଥିଲେ । 

ଏହାସହ ଭାରତ-ପାକିସ୍ତାନ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧସ୍ଥତା ପାଇଁ ନୂଆଦିଲ୍ଲୀ କେବେ କହି ନାହିଁ ଓ କେବେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ମୋଦୀ ସ୍ପଷ୍ଟ କରିଦେଇଥିଲେ। ଏହି ଫୋନ୍ କଲର କିଛି ସପ୍ତାହ ପରେ ଟ୍ରମ୍ପ ଭାରତ ଉପରେ ପ୍ରଥମେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ପରେ ରୁଷରୁ ଭାରତ ତେଲ କିଣୁଥିବା କଥାର ବାହାନା ଦେଖାଇ ଆଉ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ । 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe