କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭେନେଜୁଏଲା ପ୍ରତି ତାଙ୍କର ପରିବର୍ତ୍ତିତ ଦୃଷ୍ଟିକୋଣ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ,ଭେନେଜୁଏଲା ଆମେରିକା ପାଇଁ ନିଜର ଜେଲ୍ ଖୋଲି ଦେଇଥିଲା । ସେଥିପାଇଁ ମୁଁ ଭେନେଜୁଏଲା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଥିଲି। କିନ୍ତୁ ବର୍ତ୍ତମାନ ମୁଁ ଭେନେଜୁଏଲାକୁ ପସନ୍ଦ କରୁଛି । କାରଣ, ସେଠାକାର ଏବେକାର ସରକାର ଆମେରିକା ସହିତ ବହୁତ ଭଲ ଭାବେ ମିଳିମିଶି ଭାବରେ କାମ କରୁଛନ୍ତି ।
ଟ୍ରମ୍ପଙ୍କ ଡାଭୋସ ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି: ଅଧା ବାଟରୁ ଫେରିଲେ ଆମେରିକା ରାଷ୍ଟ୍ରପତି
ଟ୍ରମ୍ପ ବଡ଼ ଘୋଷଣା କରି କହିଛନ୍ତି,ଏବେ ତୈଳ କମ୍ପାନିଗୁଡ଼ିକ ଭେନେଜୁଏଲାରେ ବଡ଼ ନିବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଭେନେଜୁଏଲାରେ ସାଉଦି ଆରବ ଅପେକ୍ଷା ଅଧିକ ତୈଳ ଗଚ୍ଛିତ ଅଛି । ଟ୍ରମ୍ପଙ୍କ ଏହି ଘୋଷଣାକୁ ଏକ ରିଟର୍ଣ୍ଣ ଗିଫ୍ଟ ଭାବେ ଦେଖାଯାଉଛି । କିଛି ଦିନ ତଳେ ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କରୋନା ମାଚାଡୋ ଟ୍ରମ୍ପଙ୍କୁ ନିଜର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ। ଏହା ପ୍ରତି ବଦଳରେ ଆମେରିକା ରାଷ୍ଟ୍ରପତି ଏହି ପଦକ୍ଷେପ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।
ମାରିଆ କରୋନା ମାଚାଡୋଙ୍କୁ ପ୍ରଶଂସା
ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କରୋନା ମାଚାଡୋ କିଛି ଦିନ ତଳେ ଭେନେଜୁଏଲାର ସ୍ୱାଧୀନତାକୁ ସମର୍ଥନ କରିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ। ଏହି ସମୟରେ ଟ୍ରମ୍ପ ମାଚାଡୋଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ଚମତ୍କାର ମହିଳା ବୋଲି କହିଥିଲେ। ଟ୍ରମ୍ପ କହିଥିଲେ ମୁଁ ଚାହେଁ
ମାରିଆ ଭେନେଜୁଏଲାର ବ୍ୟାପାରରେ ସାମିଲ ହୁଅନ୍ତୁ । ନୋବେଲ ଫାଉଣ୍ଡେସନ କ’ଣ କହିଥିଲା ?
ମାଚାଡୋଙ୍କ ପ୍ରସ୍ତାବ ପରେ, ନୋବେଲ ଫାଉଣ୍ଡେସନ ସ୍ପଷ୍ଟ କରିଥିଲା ଯେ, ନୋବେଲ ପୁରସ୍କାରକୁ ବିଜେତା ଅନ୍ୟ କାହାକୁ ପ୍ରଦାନ କରି ପାରିବେ ନାହିଁ। କିମ୍ବା ଏହାକୁ ବିଭାଜିତ କରାଯାଇପାରିବ ନାହିଁ। ପୂର୍ବରୁ, ନୋବେଲ ଫାଉଣ୍ଡେସନ ଏକ ବିବୃତି ମଧ୍ୟ ଜାରି କରିଥିଲା ଯେ, ବିଜେତା ଅନ୍ୟମାନଙ୍କ ସହ ପୁରସ୍କାର ବାଣ୍ଟି ପାରିବେ ନାହିଁ, କିମ୍ବା ଘୋଷଣା ପରେ ଏହାକୁ ଅନ୍ୟ କାହାକୁ ପ୍ରଦାନ କରିପାରିବ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/21/21bbs_14_21012026_111-2026-01-21-12-09-39.jpg)