୨୪ ଘଣ୍ଟାରେ ଟାରିଫ୍ ବଢ଼ାଇବ ଆମେରିକା ! ଥରକୁ ଥର ଭାରତକୁ ନାଲି ଆଖି ଦେଖାଉଛନ୍ତି ଟ୍ରମ୍ପ

ଋଷଠାରୁ ଭାରତ ତେଲ କିଣୁଥିବାରୁ ଖପ୍ପା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । ଭାରତକୁ ଏକ ଭଲ ବାଣିଜ୍ୟିକ ସହଯୋଗୀ ନୁହେଁ କହିବା ସହିତ ୨୪ ଘଣ୍ଟା ମଧ୍ୟରେ ବର୍ତ୍ତମାନର ୨୫ ପ୍ରତିଶତ ପାଲଟା ଶୁଳ୍କ ବାଦ୍‌ ଆହୁରି ବଡ଼ ଧରଣର ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି ।

50

କନକ ବ୍ୟୁରୋ: ଋଷଠାରୁ ଭାରତ ତେଲ କିଣୁଥିବାରୁ ଖପ୍ପା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । ଭାରତକୁ ଏକ ଭଲ ବାଣିଜ୍ୟିକ ସହଯୋଗୀ ନୁହେଁ କହିବା ସହିତ ୨୪ ଘଣ୍ଟା ମଧ୍ୟରେ ବର୍ତ୍ତମାନର ୨୫ ପ୍ରତିଶତ ପାଲଟା ଶୁଳ୍କ ବାଦ୍‌ ଆହୁରି ବଡ଼ ଧରଣର ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି, ଭାରତ ଯୁଦ୍ଧ ମେସିନକୁ ଇନ୍ଧନ ଯୋଗାଉଛି । ଯଦି ସେମାନେ ତାହା କରୁଛନ୍ତି ତା’ହେଲେ ମୁଁ ଖୁସି ନୁହେଁ  ବୋଲି ସେ କହିଛନ୍ତି । 

ଅନ୍ୟପଟେ ଭବିଷ୍ୟତରେ ଫାର୍ମା ଉପରେ ପର୍ଯ୍ୟାୟକ୍ରମେ ଶୁଳ୍କକୁ ୨୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ଉପରେ ଶୁଳ୍କ ଲଗାଇବାର ଯୋଜନା ଥିବା ଟ୍ରମ୍ପ ସୂଚନା ଦେଇଛନ୍ତି।  ଆମେରିକା ଏବଂ ୟୁରୋପୀୟ ସଂଘକୁ ଭାରତ ଉଚିତ ଜବାବ ଦେଇଛି । ଯେତେବେଳେ ଉଭୟ ପକ୍ଷ ମସ୍କୋ ସହିତ ବଡ଼ ଧରଣର ବ୍ୟବସାୟ କରୁଛନ୍ତି ସେହି ସମୟରେ ଭାରତକୁ ଏକାକୀ ଘେରିବା ଠିକ୍‌ ନୁହେଁ । ନୂଆଦିଲ୍ଲୀକୁ ଟ୍ରମ୍ପ ବାରମ୍ବାର ସମାଲୋଚନା କରୁଥିବାରୁ ଉଭୟ ଶାସକ ଏନ୍‌ଡିଏ ଏବଂ ବିରୋଧୀ କଂଗ୍ରେସ ଏହାର ନିନ୍ଦା କରିଛନ୍ତି   ।  ରୁଷ୍‌ ସହ କାରବାର ପାଇଁ ଭାରତକୁ ଆମେରିକା ଲଗାତାର ଭାବେ ସମାଲୋଚନା କରୁଥିବା ବେଳେ ଭାରତ ସପକ୍ଷରେ ରୁଷ୍‌ ବାହାରିଛି। କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସ୍‌କୋଭ କହିଛନ୍ତି, ରୁଷ୍‌ ସହିତ ବାଣିଜ୍ୟ ବନ୍ଦ ପାଇଁ ଦେଶଗୁଡ଼ିକୁ ବାଧ୍ୟ କରିବା ବେଆଇନ। ନିଜର ବାଣିଜ୍ୟ ସହଯୋଗୀ ବାଛିବା ଅଧିକାର ଦେଶଗୁଡ଼ିକର ରହିଛି। ତେଣୁ ଏପରି ଧମକ ଦିଆଯାଇ ପାରିବ ନାହିଁ। ରୁଷ୍‌ର ବାଣିଜ୍ୟ ସହଯୋଗୀଙ୍କ ବିରୋଧରେ ସୃଷ୍ଟି କରାଯାଉଥିବା ଏଭଳି ଚାପକୁ ଧମକ ବୋଲି ଧରାଯିବ। ସାର୍ବଭୌମ ଦେଶଗୁଡ଼ିକୁ  ନିଜ ବାଣିଜ୍ୟ ସହଯୋଗୀ ଚୟନ କରିବା ଅଧିକାର ରହିଛି ଏବଂ ସେମାନେ ତାହା ଚୟନ କରିପାରିବେ ବୋଲି  ସେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe