Donald Trump Photograph: (kanak news)
କନକ ବ୍ୟୁରୋ : ଇରାନ ଉପରେ ଚାଲିଥିବା ଆକ୍ରମଣ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ବିରୋଧରେ ଆମେରିକା ଆଶାଠାରୁ ବହୁତ ଭଲ ପ୍ରଦର୍ଶନ କରୁଛି। ଟ୍ରମ୍ପ ଆମେରିକା ଦ୍ୱାରା କରାଯାଉଥିବା ଆକ୍ରମଣରେ ସେନାକୁ ୧୦ ସ୍କେଲ୍ରେ ୧୫ ରେଟିଂ ଦେଇଛନ୍ତି। ଏହା ସହ ଇସ୍ରାଏଲ ସହିତ ସହଯୋଗରେ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଟ୍ରମ୍ପଙ୍କ ମନୋଭାବରୁ ଜଣାପଡୁଛି ଯୁଦ୍ଧ ଶୀଘ୍ର ଶେଷ ହେବନାହିଁ ।
ଟ୍ରମ୍ପ ଦାବି କରିଛନ୍ତି ,ଆମେ ବର୍ତ୍ତମାନ ଏକ ବହୁତ ଦୃଢ଼ ସ୍ଥିତିରେ ଅଛୁ। ସେମାନଙ୍କର ନେତୃତ୍ୱ ଦ୍ରୁତ ଗତିରେ ଦୁର୍ବଳ ହେଉଛନ୍ତି । ଯିଏ ନେତା ହେବାକୁ ଚାହୁଁଛନ୍ତି ତାଙ୍କର ମୃତ୍ୟୁ ଘଟୁଛି। ତେହେରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭଣ୍ଡାର ମଧ୍ୟ ଦ୍ରୁତ ଗତିରେ ନଷ୍ଟ ହେଉଛି। ଏହି ଆକ୍ରମଣ ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ପାଇଁ କରାଯାଇଛି। ଯେତେବେଳେ ପାଗଳ ଲୋକଙ୍କ ପାଖରେ ପରମାଣୁ ଅସ୍ତ୍ର ଥାଏ, ଖରାପ ଘଟଣା ଘଟିଥାଏ । ସେ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ କାର୍ଯ୍ୟକାଳରେ ହୋଇଥିବା ପୂର୍ବ ପରମାଣୁ ଚୁକ୍ତିକୁ ସବୁଠାରୁ ଖରାପ ଚୁକ୍ତି ଓ ପରମାଣୁ ଅସ୍ତ୍ର ଆଡ଼କୁ ନେଇଯିବାର ଏକ ପଥ ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ---ଆମେରିକା କଂଗ୍ରେସରେ ଟ୍ରମ୍ପଙ୍କ ବଡ଼ ବିଜୟ : ଇରାନ ଯୁଦ୍ଧ ପ୍ରସ୍ତାବିତ ବିଲ୍ କାଟ୍ ଖାଇଲା
ଆମେ ଯୁଦ୍ଧ ମୋର୍ଚ୍ଚାରେ ବହୁତ ଭଲ କରୁଛୁ, ଆଗକୁ ଆମେ ଭଲ କରିବୁ। ଆମର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଅଛି। ସେମାନେ ବହୁ ବର୍ଷ ଧରି ଆମ ପାଇଁ ଏକ ବଡ଼ ବିପଦ ହୋଇଆସିଛନ୍ତି। ୪୭ବର୍ଷ ଧରି ସେମାନେ ଆମ ଲୋକଙ୍କୁ ହତ୍ୟା କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।
Follow Us