କନକ ବ୍ୟୁରୋ: ଘୋଷଣା ମୁତାବକ ଟାରିଫକୁ କାର୍ଯ୍ୟକାରୀ କରିବା ଦିଗରେ ଆଉ ପାଦେ ବଢ଼ିଲା ଆମେରିକା । ୧୪ଦେଶକୁ ନୋଟିସ ପଠାଇଛି ଟ୍ରମ୍ପ ପ୍ରଶାସନ । ତେବେ ଭାରତ ଏହି ତାଲିକାରୁ ବାଦ ପଡିଛି । ତେବେ ଟାରିଫ ନୋଟିସ ପାଇବା ପରେ କେଉଁ ଦେଶ କ’ଣ କହିଛନ୍ତି ଆସନ୍ତୁ ଜାଣିବା ।
ମିତ୍ରରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆକୁ ବି ଛାଡ଼ିଲେନି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ବସାଇବାକୁ ଘୋଷଣା କରିଛନ୍ତି । ଉଭୟ ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଜାପାନ-ଦକ୍ଷିଣ କୋରିଆ ସହ ଅନ୍ୟ ୧୨ଟି ଦେଶ ଉପରେ ମଧ୍ୟ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ସବୁ ଦେଶମାନଙ୍କ ଉପରେ ୨୫ରୁ ୪୦% ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ଦେଖିବା କେଉଁ ଦେଶ ଉପରେ କେତେ ପ୍ରତିଶତ ଟାରିଫ ଲାଗୁ ହୋଇଛି
କେଉଁ ଦେଶ ଉପରେ କେତେ ପ୍ରତିଶତ ଟାରିଫ୍?
ମିଆଁମାର ଓ ଲାଓସ୍ ଉପରେ ସର୍ବାଧିକ ୪୦% ଟାରିଫ୍
କମ୍ବୋଡିଆ: ୩୬%
ଥାଇଲାଣ୍ଡ: ୩୬%
ବାଂଲାଦେଶ ଓ ସର୍ବିଆ: ୩୫%
ଇଣ୍ଡୋନେସିଆ: ୩୨%
ଦକ୍ଷିଣ ଆଫ୍ରିକା, ବୋସ୍ତୋନିଆ, ହର୍ଜଗୋବିନା: ୩୦%
ଟ୍ୟୁନେସିଆ, ମାଲେସିଆ, କାଜାକିସ୍ତାନ, ଦକ୍ଷିଣ କୋରିଆ, ଜାପାନ: ୨୫%
ଏହି ଟାରିଫ ଲାଗୁ କରିବା ସହ ଦେଶମାନଙ୍କୁ ପାଲଟା ଧମକ ମଧ୍ୟ ଦେଇଛନ୍ତି ଟ୍ରମ୍ପ । ଯଦି ଆମେରିକା ଉପରେ ପାଲଟା ଟାରିଫ ଲାଗୁ କରାଯାଏ ତେବେ ଦ୍ବିଗୁଣା ଟାରିଫ ପୁଣି ଥରେ ଲଗାଯିବ ବୋଲି ଘୋଷଣା କରିଛନ୍ତି । ଏଥିସହ ଆମେରିକା ବିରୋଧୀ ନୀତିକୁ ସମର୍ଥନ କରୁଥିବା ଦେଶମାନଙ୍କ ଉପରେ ୧୪ % ଅତିରିକ୍ତ ଟାରିଫ ଲାଗୁ କରିବାକୁ ମଧ୍ୟ ଟ୍ରମ୍ପ ପ୍ରଶାସନ ଚିନ୍ତା କରୁଛି ।
ସେପଟେ ୧୪ ରାଷ୍ଟ୍ରଙ୍କ ମଧ୍ୟରେ ନାହିଁ ଭାରତ । ଚର୍ଚ୍ଚା ହେଉଛି ଭାରତ ସହ ଆମେରିକା ବଡ଼ ବାଣିଜ୍ୟିକ ଚୁକ୍ତି କରିବାକୁ ଚାହୁଛି ଆମେରିକା । ଏହା ଭିତରେ ଯଦି ଟାରିଫ ଲାଗୁ କରୁଛି ତେବେ ଚୁକ୍ତିରେ ବଡ଼ ବାଧା ଆସିବା ଆଶଙ୍କାରେ ରହିଛି । ତେଣୁ ଭାରତ ଉପରେ ଶୁଳ୍କର ବୋଝ ବଢ଼ାଇ ବାଣିଜ୍ୟ ବୃଦ୍ଧିରେ ବାଧା ଦେବାକୁ କଦାପି ଚାହିବନି ଆମେରିକା ।