‘ମୋଦୀ ଜଣେ ଭଲ ଲୋକ…’, ଟାରିଫ୍ ଧମକ ସହ ମୋଦୀଙ୍କୁ ଏମିତି କହିଲେ ଟ୍ରମ୍ପ

Advertisment

ଭେନେଜୁଏଲା ଉପରେ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଆଉ ଏପରି ଏକ ସମୟରେ, ସେ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି

ଭେନେଜୁଏଲା ଉପରେ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଆଉ ଏପରି ଏକ ସମୟରେ, ସେ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି

Donald trump

Donald trump Photograph: (Google)

କନକ ବ୍ୟୁରୋ: ଭେନେଜୁଏଲା ଉପରେ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଆଉ ଏପରି ଏକ ସମୟରେ, ସେ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି ଯେ ଟାରିଫ୍ ଆହୁରି ବୃଦ୍ଧି କରାଯାଇପାରେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷର କଥା ମଧ୍ୟ ଏହି ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। 

ଟ୍ରମ୍ପ୍ ଭାରତ ଉପରେ ଶୁଳ୍କ ଲାଗୁ କରିବା ବିଷୟରେ ଉଲ୍ଲେଖ କରି କହିଛନ୍ତି, "ଏହି ପ୍ରସଙ୍ଗରେ, ସେମାନେ ପ୍ରକୃତରେ ମୋତେ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବହୁତ ଭଲ ବ୍ୟକ୍ତି । ସେ ଜଣେ ଭଲ ଲୋକ । ସେ ଜାଣିଥିଲେ ଯେ ମୁଁ ଭାରତ ଦ୍ୱାରା ରୁଷୀୟ ତେଲ କିଣିବାରେ ଖୁସି ନୁହେଁ । ତେଣୁ ମୋତେ ସନ୍ତୁଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଯଦି ସେମାନେ ରୁଷୀୟ ତେଲ କିଣିବା ଜାରି ରଖନ୍ତି, ତେବେ ଆମେ ସେମାନଙ୍କ ଉପରେ ବହୁତ ଶୀଘ୍ର ଟାରିଫ୍ ବୃଦ୍ଧି କରିପାରିବୁ ।"

ଆହୁରି ପଢ଼ନ୍ତୁ : ଟ୍ରମ୍ପଙ୍କ ଭେନେଜୁଏଲା ଆକ୍ରମଣ ପଛରେ ତୈଳ ଲୋଭ: ଜାଣନ୍ତୁ, ପୂରା ଘଟଣା...

ପ୍ରକୃତରେ, ଟ୍ରମ୍ପ ଅଗଷ୍ଟ ୨୦୨୫ରେ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ। ସେ ରୁଷ ସହିତ ଭାରତର ତୈଳ ବାଣିଜ୍ୟରେ ଅସନ୍ତୁଷ୍ଟ ଥିଲେ ଏବଂ ଏହା ଅନେକ ଥର ଉଲ୍ଲେଖ କରିଥିଲେ। ଟ୍ରମ୍ପଙ୍କ ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ଦୀର୍ଘ ସମୟ ପାଇଁ ଅଟକାଇ ଦେଇଥିଲା। ଟ୍ରମ୍ପ ଚାହୁଁଥିଲେ ଯେ ଭାରତ ଆମେରିକା ପାଇଁ ଏହାର ସମ୍ପୂର୍ଣ୍ଣ ବଜାର ଖୋଲି ଦେଉ ଏବଂ ଦୁଗ୍ଧ ଏବଂ କୃଷି କ୍ଷେତ୍ରରେ ପ୍ରବେଶ କରିବାକୁ ଅନୁମତି ଦେଉ, କିନ୍ତୁ ଭାରତ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲା।

ସୂଚନାଯୋଗ୍ୟ ଯେ, ଭାରତ ଏବଂ ଋଷ ମଧ୍ୟରେ ବର୍ଷ ବର୍ଷ ଧରି ଭଲ ସମ୍ପର୍କ ରହିଆସିଛି ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ମଧ୍ୟ ପରିଚାଳିତ ହୁଏ। ଏହା ହିଁ ଟ୍ରମ୍ପଙ୍କ ରାଗ ବଢ଼ାଇଛି ଏବଂ ତାଙ୍କର ତାଜା ବୟାନରେ ସେ ଏହାକୁ ଉଲ୍ଲେଖ ମଧ୍ୟ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe