କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତି ଇତିହାସ ରଚିିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସାରା ବିଶ୍ୱରେ ଏବେ ଟ୍ରମ୍ପଙ୍କ ଚର୍ଚ୍ଚା । ଏମିତିକି ଟ୍ରମ୍ପ ନିର୍ବାଚନ ଜିତିବା ପରେ ଷ୍ଟକ ମାର୍କେଟରେ ଦୃତ ଅଭିବୃଦ୍ଧି ଘଟିଛି । ଏହାପରେ ଲୋକେ କହିଥିଲେ ଟ୍ରମ୍ପ ଆସଲେ .. ଖୁସି ଆସିଲା.. ତେବେ ଟ୍ରମ୍ପଙ୍କୁ ନେଇ ଜେତିକି ଚର୍ଚ୍ଚା ସେତିକି ବିବାଦ ମଧ୍ୟ ଥାଏ । ଡୋନାଲ୍ଡ ଟ୍ରମ୍ପ ଜଣେ ବିବାଦୀୟ ରାଜନେତା ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । କାରଣ ଟ୍ରମ୍ପଙ୍କ ଭାଷଣ ସବୁବେଳେ ବିବାଦକୁ ଡାକି ଆଣିଥାଏ । ଏହାବାଦ୍ ବି ଟ୍ରମ୍ପ ଜଣେ ଉଚ୍ଚକୋଟିର ରାଜନେତା । ତାଙ୍କ ରାଜନୈତିକ ଫଣ୍ଡାକୁ ସାରା ବିଶ୍ୱବାସୀ ପସନ୍ଦ କରିଥାନ୍ତି । ତେବେ ଆମେ ଆପଣଙ୍କୁ ଟ୍ରମ୍ପଙ୍କ ବିଷୟରେ କିଛି ରୋଚକ କଥା କହିବୁ .. ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ୬ ଫୁଟ୍ ୩ ଇଞ୍ଚର ଏହି ଦମ୍ଭଶାଳୀ ବ୍ୟକ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଓଜନ ୧୦୦ କିଲୋଗ୍ରାମରୂ ଅଧିକ । ଖାଇବାକୁଭାରି ଭଲ ପାଅନ୍ତି ଟ୍ରମ୍ପ । ଖାଇବାରେ ଜମା ବି ହେଳା କରନ୍ତି ନାର୍ହିଁ ଟ୍ରମ୍ପ । ଗୋଟିଏ ଅର୍ଥରେ କହିବାକୁ ଗଲେ ଭାରି ଫୁଡି ଡୋନାଲ୍ଡ ଟ୍ରମ୍ପ । ଜଙ୍କ ଫୁଡ୍ ଭାରି ପସନ୍ଦ ଟ୍ରମ୍ପଙ୍କୁ । କୁହାଯାଏ ଗତ କାର୍ଯ୍ୟକାଳରେ ହ୍ୱାଇଟ୍ ହାଉସର ଫୁଡ୍ ପ୍ରୋଟକଲ ଭାଙ୍ଗିଥିଲେ ଟ୍ରମ୍ପ । ହ୍ୱାଇଟ୍ ହାଊସର ଖାଦ୍ୟ ବହୁତ ସ୍ୱାସ୍ଥ୍ୟକର ହୋଇଥାଏ । କିନ୍ତୁ ଟ୍ରମ୍ପଙ୍କୁ ବାହାର ଖାଦ୍ୟ ଖୁବ୍ ପସନ୍ଦଥାଏ । ତେଣୁ ସେ ହ୍ୱାଇଟ୍ ହାଉସ୍ର ଫୁଡ୍ ପ୍ରୋଟକ ଭାଙ୍ଗି ବାହାରୁ ଖଇବା ଅର୍ଡର କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ଏ କଥା ନିଜେ ହ୍ୱାଇଟ୍ହାଉସ୍ ର ଫିଜିିଶିୟନ ରହିସାରିଥିବା ରାନୀ ଜ୍ୟାକ୍ସନ କହିଛନ୍ତି । ଡାକ୍ତର ରାନୀ ଙ୍କ କହିବା କଥା ଯେ, ଟ୍ରମ୍ପଙ୍କ ପାଇଁ ସୁବୁବେଳେ ବାହାରର ବଡ ବଡ ଭୋଜନାଳୟରୁ ସ୍ନାକ୍ସ ଆସିଥାଏ । କିନ୍ତୁ ହ୍ୱାଇଟ୍ ହାଉସ ରେ ରାଷ୍ଟପତିଙ୍କ ପାଇଁ ଖାଦ୍ୟ ସ୍ୱତନ୍ତ୍ର ଭାବେ ଭବନର ରୋଷେଇ ଘରେ ପ୍ରସ୍ତୁତ ହୋଇଥାଏ । ଯାହାର ସ୍ୱତନ୍ତ୍ର ଯାଞ୍ଚ ପରଖ ମଧ୍ୟ ହୋଇଥାଏ । କିନ୍ତୁ ଟ୍ରମ୍ପଙ୍କୁ ପସନ୍ଦ ଥାଏ ବାହାରର ଯଙ୍କ ଫୁଡ୍ ।
ଟ୍ରମ୍ପଙ୍କ ଏପରି ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ରୋଷେଇ ହୋଇଥିବା ଖାଦ୍ୟରେ ସାଗ ଏବଂ ପନିପରିବା ମିଶାଯାଇିଥାଏ ବୋଲି ଡାକ୍ତର ରାନି ଜ୍ୟାକ୍ସନ କହିଛନ୍ତି । ଏକ ଆର୍ନ୍ତଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଡାକ୍ତର ରାନୀ କହିଥିଲେ ଟ୍ରମ୍ପ ଖୁବ୍ କମ ବ୍ୟାୟାମ କରିଥାନ୍ତି ତେଣୁ ଆମେ ତାଙ୍କ ଡାଏଟ୍ ଉପରେ କାମ କରିବାକୁ ଆରମ୍ଭ କଲୁ । ପ୍ରଥମେ ଆମେ ତାଙ୍କ ଖାଇବାରୁ ଆଇସ୍କ୍ରୀମ୍ ହଟାଇଦେଲୁ । ଏଥିସହିତ ଆଳୁରେ ସବ୍ଜି ମିସାଇଇଦେଲୁ । ଏହିପରି ଭାବେ ଟ୍ରମ୍ପଙ୍କ ଅନ୍ହେଲଦି ଡାଏଡକୁ ହେଲଦି ଡାଏଟ୍ ରେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥିଲୁ ବୋଲି ଡାକ୍ତର ରାନୀ କହିଥଲେ । ପ୍ରକୃତିରେ ଅନ୍ୟ ରାଷ୍ଟ୍ରପତିଙ୍କ ତୁଳନାରେ ଟ୍ରମ୍ପଙ୍କୁ ଅଧିକ ଜଙ୍କ ଫୁଡ୍ ପସନ୍ଦ । ଟ୍ରମ୍ପଙ୍କ ଏପରି ଖାଇବା ପିଇବା ସେତେବେଳେ ବହୁତ ଚର୍ଚ୍ଚାକୁ ଚାଲିଆସିଥିଲ । ସେ ସାଧାରଣତଃ ସକାଳର ଜଳଖିଆକୁ ସ୍କିପ୍ କରିଦେଇଥାନ୍ତି । କିନ୍ତୁ ଲଞ୍ଚ୍ ର ମଝିରେ ମଝିରେ କିଛି ଚଟ୍ପଟା ଖାଇବାରେ ଲାଗପଡିିଥାନ୍ତି । ଆଉ ରାତିରେ ଅଧିକ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରିଥାନ୍ତି । ଏଥିରେ ବର୍ଗର, ଚିପ୍ସ, ପିଜା ଏବଂ ଡାଏଟ୍ କୋକ୍ ପରି ଖାଦ୍ୟ ସାମିଲ ଥାଏ । ଟ୍ରମ୍ପଙ୍କ ସହିତ ଜଡିତ ଥିବା ଲୋକେ କହିଛନ୍ତି, ଏକାଥରକେ ଅଢେଇରୁ ତିନି ହଜାର କ୍ୟାଲେରୀ ନେଇଥାନ୍ତି ଟ୍ରମ୍ପ । ଟ୍ରମ୍ପ ମଦ୍ୟପାନକୁ ପସନ୍ଦ କରିନଥାନ୍ତି । କିନ୍ତୁ ସେ ଡାଇଟ୍ କୋକ୍ କୁ ଖୁବ୍ ପସନ୍ଦ କରିଥାନ୍ତି ।
କିପରି ହୋଇଥାଏ ହ୍ୱାଇଟ୍ ହାଉସ୍ ର ରୋଷେଇ ଘର
ହ୍ୱାଇଟ୍ ହାଉସ ରେ ଗୋଟିିଏ ରୋଷଇଘର ନୁହେଁ ବରଂ ତିନୋଟି ରୋଷେଇ ଘର । ଯାହାର କାର୍ଯ୍ୟ ଭିନ୍ନ ଭିନ୍ନ ଥାଏ । ଗୋଟିଏ ହେଲା ମେନ୍ କିଚେନ୍ ଅନ୍ୟଟି ପେସ୍ଷ୍ଟ୍ରି କିଚେନ୍ ଏବଂ ତୃତୀୟଟି ହେଲା ଫ୍ୟାମିଲ୍ କିଚେନ୍ । ତେବେ ହାଇଟ୍ ହାଉସ୍ କିଚନେ୍ ରୁ ଖାଇଲେ ଟଙ୍କା ଦବାକୁ ପଡିଥାଏ । ସେ ରାଷ୍ଟ୍ରପତି ହୁଅନ୍ତୁ କି ଅତିଥି ।