କନକ ବ୍ୟୁରୋ : ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ, ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ଅଶୋଧିତ ତୈଳ କ୍ଷେତ୍ର ଉପରେ ନିଜର ନିୟନ୍ତ୍ରଣ ଦାବି କରିଥିଲେ । ବିଶାଳ ତେଲ ଭଣ୍ଡାରରୁ ରୋଜଗାର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଆଉ ପାଦେ ବଢ଼ିଛନ୍ତି । ଏହି କ୍ରମରେ ଆମେରିକାର ୧୭ଟି ବଡ଼ ତେଲ କମ୍ପାନିର ସିଇଓ ମାନଙ୍କୁ ଏକ ବୈଠକକୁ ଡକାଇଥିଲେ । ସେମାନଙ୍କ ସହ ନିଜର 'ଭେନେଜୁଏଲା ପ୍ଲାନ୍' ବିଷୟରେ ଆଲୋଚନା କରିଥିଲେ । ହେଲେ ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ଜଣେ ବଡ଼ ଆମେରିକୀୟ ତେଲ କମ୍ପାନିର ସିଇଓ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, 'ଭେନେଜୁଏଲା ବର୍ତ୍ତମାନ ନିବେଶ ପାଇଁ ଯୋଗ୍ୟ ନୁହେଁ'। ସିଇଓଙ୍କ ଏହି କଥାରେ ଟ୍ରମ୍ପ ପ୍ରବଳ ରାଗିଯାଇଥିଲେ । ସେ ସମ୍ପୃକ୍ତ କମ୍ପାନିର ନିବେଶ ଉପରେ ରୋକ୍ ଲଗାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।
ସିଇଓଙ୍କ ଏହି କଥାରେ ଟ୍ରମ୍ପ ପ୍ରବଳ ରାଗିଯାଇଥିଲେ । ସେ ସମ୍ପୃକ୍ତ କମ୍ପାନିର ନିବେଶ ଉପରେ ରୋକ ଲଗାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ବୈଠକ ସମୟରେ ଟ୍ରମ୍ପ ଭେନେଜୁଏଲାରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ପରେ ସେଠାକାର ତେଲ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ନିବେଶ କରିବା ଦିଗରେ ବିଚାର କରିବାକୁ କମ୍ପାନିଗୁଡ଼ିକୁ କହିଥିଲେ । ତେବେ ଏହି ବୈଠକରେ ଉପସ୍ଥିତ ଥିବା ପ୍ରମୁଖ ଆମେରିକୀୟ ତେଲ କମ୍ପାନୀ 'ଏକ୍ସନ୍ ମୋବିଲ୍'ର ସିଇଓ ଡ୍ୟାରେନ୍ ଉଡ୍ସ ଭେନେଜୁଏଲାରେ ଥିବା ବିଭିନ୍ନ ପ୍ରକାରର ଆହ୍ୱାନ ଓ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ ।
ଅଧିକ ପଢ଼ନ୍ତୁ---ନା ଓକିଲ, ନା ଶୁଣାଣି...ସିଧା ମିଳିବ ଫାଶୀ! ଇରାନରେ ପ୍ରଦର୍ଶନକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ
ଡ୍ୟାରେନ୍ ଉଡ୍ସ ସେଠାରେ ନିବେଶ କରିବା କେତେଦୂର ଯୁକ୍ତିଯୁକ୍ତ, ସେ ନେଇ ପ୍ରଶ୍ନ କରିବା ସହ ଭେନେଜୁଏଲାର ପ୍ରତିକୂଳ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ଯାହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି । ଭେନେଜୁଏଲାରେ ନିବେଶ କରି 'ଏକ୍ସନ୍ ମୋବିଲ୍'ର ସମ୍ପତ୍ତି ସେଠାରେ ଦୁଇଥର ଜବତ ହୋଇ ସାରିଛି । ତେଣୁ ସେଠାରେ ନିବେଶ କରିବା ସମ୍ଭାବନାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ।
ସେପଟେ ଏହାକୁ ନେଇ ଟ୍ରମ୍ପଙ୍କ ରାଗ କହିଲେ ନସରେ । କହିଛନ୍ତି ଆକ୍ସନ ମୋବିଲର ସିଇଓଙ୍କ ପ୍ରତିକ୍ରିୟା ମୋତେ ପସନ୍ଦ ଆସିଲାନି । ସେ ଏତିକିରେ ଅଟକି ନଥିଲେ; ସେ ସ୍ପଷ୍ଟ କରିଛନ୍ତି ଯେ ସେ ଭେନେଜୁଏଲାରେ ଏକ୍ସନ୍ ମୋବିଲ୍ର ନିବେଶକୁ ରୋକି ପାରନ୍ତି। କାରଣ ହ୍ୱାଇଟ୍ ହାଉସ୍ରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ କମ୍ପାନୀର ସିଇଓ ଭେନେଜୁଏଲାକୁ 'ନିବେଶ ପାଇଁ ଉପଯୁକ୍ତ ନୁହେଁ' ବୋଲି କହିଥିଲେ, ଯାହାକୁ ଟ୍ରମ୍ପ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏହି ଘଟଣା ପରେ ଆମେରିକାର ତେଲ ବଜାର ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି । ଟ୍ରମ୍ପ ପୂର୍ବରୁ ହୋଇଥିବା ରାଷ୍ଟ୍ରୀୟକରଣ ପ୍ରକ୍ରିୟା ଯୋଗୁଁ କ୍ଷତି ସହିଥିବା ଏବଂ ଏହାର ଭରଣା ଚାହୁଥିବା କମ୍ପାନିଗୁଡ଼ିକୁ ମଧ୍ୟ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଆମେରିକା ଏବେ ସବୁକିଛି ନୂତନ ଭାବେ ଆରମ୍ଭ କରିବ । ତେବେ ଭେନେଜୁଏଲାରେ ନିବେଶ କରିବାକୁ ନଚାହିଲେ ବି ଟ୍ରମ୍ପ କମ୍ପାନିଗୁଡ଼ିକୁ ଧମକ ଦେବାକୁ ପଛାଉ ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/13/venezuela-investment-2026-01-13-11-38-56.jpg)