ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଭାରତରେ ଚହଳ ।  ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ ।

Advertisment

ତତକାଳୀନ ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ । ଉପରାଷ୍ଟ୍ରପତି ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଅସନ୍ତୋଷ ପ୍ରକାଶ ।

ତତକାଳୀନ ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ । ଉପରାଷ୍ଟ୍ରପତି ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଅସନ୍ତୋଷ ପ୍ରକାଶ ।

ଆମେରିକା ରାଷ୍ଟ୍ରପତିଙ୍କ ବୟାନ

ଆମେରିକା ରାଷ୍ଟ୍ରପତିଙ୍କ ବୟାନ

କନକ ବ୍ୟୁରୋ : ଭାରତରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଆମେରିକାର ତତକାଳୀନ ବାଇଡେନ ପ୍ରଶାସନ ପାଣ୍ଠି ଦେଉଥିଲେ । ଏହି ଦାବି ଆଉ କେହି ନୁହେଁ ବଂର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଣିଛନ୍ତି । ସେପଟେ ଆମେରିକା ସରକାରଙ୍କ ଏହି ଦାବିକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଶୁକ୍ରବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟଶୱାଲ କହିଛନ୍ତି ଏହା ଗମ୍ଭୀର ଓ ଚିନ୍ତାଜନକ ବିଷୟ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରି କହିଥିଲେ ଯେ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଛି ।

ଏହି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଆମେରିକୀୟ ଡଲାରର ପାଣ୍ଠି ଦେଇଥିଲା । ଟ୍ରମ୍ପଙ୍କ ଏହି ବୟାନ ଭାରତର ରାଜନୀତିରେ ଚହଳ ସୃଷ୍ଟି କରିଛି । ଘଟଣାରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ ଜାରି ଥିବା ଏମଇଏ ପକ୍ଷରୁ କୁହାଯାଇଛି । ଆମେରିକାର ଟ୍ରମ୍ପ ସରକାର ଡିଓଜିଇ ନାମକ ବିଭାଗ ଗଠନ କରି ବିଭିନ୍ନ ଦେଶକୁ ଦେଉଥିବା ସହାୟତା ରାଶିକୁ କାଟ୍ କରୁଛନ୍ତି । ଫେବ୍ରୁଆରୀ ୧୬ ତାରିଖରେ ପାଣ୍ଠି ବନ୍ଦ ହୋଇଛିକରିବାକୁ ଘୋଷଣା କରିଥିଲା ଆମେରିକା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe