କନକ ବ୍ୟୁରୋ : ଭାରତରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଆମେରିକାର ତତକାଳୀନ ବାଇଡେନ ପ୍ରଶାସନ ପାଣ୍ଠି ଦେଉଥିଲେ । ଏହି ଦାବି ଆଉ କେହି ନୁହେଁ ବଂର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଣିଛନ୍ତି । ସେପଟେ ଆମେରିକା ସରକାରଙ୍କ ଏହି ଦାବିକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଶୁକ୍ରବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟଶୱାଲ କହିଛନ୍ତି ଏହା ଗମ୍ଭୀର ଓ ଚିନ୍ତାଜନକ ବିଷୟ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରି କହିଥିଲେ ଯେ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଛି ।
ଏହି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଆମେରିକୀୟ ଡଲାରର ପାଣ୍ଠି ଦେଇଥିଲା । ଟ୍ରମ୍ପଙ୍କ ଏହି ବୟାନ ଭାରତର ରାଜନୀତିରେ ଚହଳ ସୃଷ୍ଟି କରିଛି । ଘଟଣାରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ ଜାରି ଥିବା ଏମଇଏ ପକ୍ଷରୁ କୁହାଯାଇଛି । ଆମେରିକାର ଟ୍ରମ୍ପ ସରକାର ଡିଓଜିଇ ନାମକ ବିଭାଗ ଗଠନ କରି ବିଭିନ୍ନ ଦେଶକୁ ଦେଉଥିବା ସହାୟତା ରାଶିକୁ କାଟ୍ କରୁଛନ୍ତି । ଫେବ୍ରୁଆରୀ ୧୬ ତାରିଖରେ ପାଣ୍ଠି ବନ୍ଦ ହୋଇଛିକରିବାକୁ ଘୋଷଣା କରିଥିଲା ଆମେରିକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/21/qyeo1Adrp9ksG9t5T1x7.jpg)