କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ତାଙ୍କ ବୟାନ ବଦଳାଇଛନ୍ତି । ସେ ଦାବି କରିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ ମୁଁ ଅଟକାଇଲି, ହେଲେ ଏହାର କ୍ରେିଡିଟ୍ ମୋତେ ମିଳିଲାନି । ଏହାସହ ସେ କହିଛନ୍ତି କି, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନା ଏତେ ବଢିଯାଇଥିଲା କି, ପରମାଣୁ ଯୁଦ୍ଧ ହେବା ଆଶଙ୍କା ଦେଖାଦେଇଥିଲା । 

Advertisment

ଶୁକ୍ରବାର ଦିନ ଏକ  ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଏକଥା କହିଛନ୍ତି । ସେ କହିଛନ୍ତି, ସ୍ଥିତି ବଡ଼ ଗମ୍ଭୀର ଥିଲା । ଉଭୟ ଦେଶର ଆଗାମୀ ପଦକ୍ଷେପ କ'ଣ ହୋଇଥାନ୍ତା ତାହା କାହାକୁ ଅଛପା ନାହିଁ । ଟ୍ରମ୍ପ୍ କହିଛନ୍ତି ଏହା ମୋ ଜୀବନ କାଳରେ ବିଦେଶ ନୀତିର ଏକ ବଡ଼ ସଫଳତା । ହେଲେ ଏହାର କ୍ରେଡିଟ୍ ବା ଶ୍ରେୟ ମୋତେ ମିଳିଲାନି । ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ଉଭୟ ଦେଶ ସହ ବ୍ୟବସାୟ ପ୍ରସ୍ତାବ ରଖିଥିଲି । ଏହାପରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ । ଉଭୟ ଦେଶ ବୁଦ୍ଧିମତାର ସହ ମୋ କଥା ମାନି ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ କରିଥିଲେ ।

ପୁଣି କଥା ବଦଳାଇ ଟ୍ରମ୍ପ୍ କହିଛନ୍ତି କି, ମୁଁ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରିନାହିଁ ବରଂ ଯୁଦ୍ଧ ବନ୍ଦ କରିବାରେ ସହାୟକ ହୋଇଛି ।