କନକ ବ୍ୟୁରୋ : ସତ ମାନିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ପ୍ରାରମ୍ଭିକ ତଦନ୍ତରେ ସବୁ ସତ ମାନିଛନ୍ତି ଜ୍ୟୋତି ମଲହୋତ୍ରା । ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଥିବା କଥା ପ୍ରାରମ୍ଭିକ ଜେରା ବେଳେ ସ୍ୱୀକାର କରିଛନ୍ତି ଜ୍ୟୋତି । କେବଳ ସେତିକି ନୁହେଁ ଦେଶ ସୁରକ୍ଷା ନେଇ ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି ଜ୍ୟୋତି । ସେ ପାକିସ୍ତାନ ଯିବାଠାରୁ ଆରମ୍ଭ କରି ସେଠାରେ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ କେମିତି ଆସିଲେ ଓ କେଉଁଭଳି ଭାବେ ସବୁ ଗୁପ୍ତ ତଥ୍ୟ ସେ ସେୟାର କରୁଥିଲେ ସେ କଥା ସ୍ୱୀକାର କରିଛନ୍ତି ଜ୍ୟୋତି ମଲହୋତ୍ରା । 

Advertisment

ସେପଟେ ଫରେନ୍ସିକ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚବେଳେ ଜଣାପଡିଛି । ସାଇରନ୍ ବାଜିବାଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକ୍‌ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧୀରେଧୀରେ ଜ୍ୟୋତିଙ୍କ ସବୁ ଷଡ୍‌ଯନ୍ତ୍ର ଧରାପଡୁଛି । 

ସତ ମାନିଲେ ଜ୍ୟୋତି 
ଜ୍ୟୋତିଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି
ପ୍ରାଥମିକ ଜେରାରେ ସତ ମାନିଛନ୍ତି ପାକିସ୍ତାନୀ ଗୁପ୍ତଚର 
ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ 
'ଟ୍ରାଭେଲ ୱିଥ୍ ଜୋ' ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି 
୨୦୨୩ରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ
ଭିସା ପାଇଁ ପାକିସ୍ତାନ ହାଇକମିସନ୍ କାର୍ଯ୍ୟାଳୟ ଅଫିସ ଯାଇଥିଲେ ଜ୍ୟୋତି
ସେଠାରେ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଜ୍ୟୋତିଙ୍କ ଭେଟ ହୋଇଥିଲା 
ଦାନିଶ ସହ ଫୋନ୍‌ ଯୋଗେ ସମ୍ପର୍କ ରଖିଥିଲେ ଜ୍ୟୋତି
ପାକିସ୍ତାନରେ ଦାନିଶଙ୍କ ସହାୟତାରେ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ ଜ୍ୟୋତି
ପାକିସ୍ତାନ ଗୁଇନ୍ଦା ଅଧିକାରୀ ଶାକିରଙ୍କ ଫୋନ୍ ନମ୍ବର ରାଣା ରନ୍ଧାୱା ନାମରେ ସେଭ୍ କରିଥିଲେ
ହ୍ବାଟ୍ସଆପ୍, ଟେଲିଗ୍ରାମ୍‌ ଓ ସ୍ନାପ୍ ଚାଟ୍ ଜରିଆରେ ପାକ୍ ଗୁଇନ୍ଦା ସହ ସମ୍ପର୍କରେ ଥିଲେ ଜ୍ୟୋତି
ଭାରତ ସୁରକ୍ଷା ସମ୍ପର୍କିତ ତଥ୍ୟ ଏହି ମାଧ୍ୟମରେ ପାକ୍ ଗୁପ୍ତଚରଙ୍କୁ ଦେଇଥିଲେ ଜ୍ୟୋତି