ଦୋକାନ ଭିତରକୁ ମାଡ଼ିଗଲା  , ଅଳ୍ପକେ ବର୍ତ୍ତିଲେ ଦୋକାନ ମାଲିକ

ସୁନ୍ଦରଗଡ଼ ହେମଗିରିରେ ଅଭାବନୀୟ ଘଟଣା । ରାସ୍ତା କଡ଼ ଦୋକାନ ଭିତରେ ମାଡିଗଲା ପଶିଗଲା ଟ୍ରକ୍ । 

 truck rammed

truck rammed Photograph: (KanakNews)

କନକ ବ୍ୟୁରୋ: ସୁନ୍ଦରଗଡ଼ ହେମଗିରି ଥାନା ଲୁଆବାହାଲ ଛକ ନିକଟରେ ଦୁର୍ଘଟଣା । ରାସ୍ତାକଡ଼ ଦୋକାନ ଘର ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଦୋକାନ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନ ମାଲିକ ଅଜୟ ନେଗୀ । ବାଙ୍କୀବାହାଲ-ଟପରିଆ ରାସ୍ତାରେ ଏପରି ଦୁର୍ଘଟଣା ସାଧାରଣ ପାଲଟିଯାଇଥିବା ଅଭିଯୋଗ କରିଛନ୍ତି ଲୋକେ । ପ୍ରତିଦିନ ଏଭଳି ଦୁର୍ଘଟଣା ଦେଖିବାକୁ ମିଳୁଛି । ଫଳରେ ଏହି ରାସ୍ତା ଦେଇ କୋଇଲା ପରିବହନକୁ ବନ୍ଦ କରିବାକୁ ଦାବି ଜୋର ଧରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe