କନକ ବ୍ୟୁରୋ: ସୁନ୍ଦରଗଡ଼ ହେମଗିରି ଥାନା ଲୁଆବାହାଲ ଛକ ନିକଟରେ ଦୁର୍ଘଟଣା । ରାସ୍ତାକଡ଼ ଦୋକାନ ଘର ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଦୋକାନ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନ ମାଲିକ ଅଜୟ ନେଗୀ । ବାଙ୍କୀବାହାଲ-ଟପରିଆ ରାସ୍ତାରେ ଏପରି ଦୁର୍ଘଟଣା ସାଧାରଣ ପାଲଟିଯାଇଥିବା ଅଭିଯୋଗ କରିଛନ୍ତି ଲୋକେ । ପ୍ରତିଦିନ ଏଭଳି ଦୁର୍ଘଟଣା ଦେଖିବାକୁ ମିଳୁଛି । ଫଳରେ ଏହି ରାସ୍ତା ଦେଇ କୋଇଲା ପରିବହନକୁ ବନ୍ଦ କରିବାକୁ ଦାବି ଜୋର ଧରିଛି ।