କନକ ବ୍ୟୁରୋ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ପର ଧକ୍କାରେ ଗଲା ଦୁଇ ଜଣ ଡ୍ରାଇଭରଙ୍କ ଜୀବନ । ଇଞ୍ଜିନ୍ ଖରାପ ଯୋଗୁ ଛିଡ଼ା ହୋଇ ରହିଥିବା ଡମ୍ପରକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ଡମ୍ପର ତଳେ ରହି ମରାମତି କରୁଥିବା ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅସ୍ତରଙ୍ଗ ଅଞ୍ଚଳର ରତ୍ନାକର ସ୍ବାଇଁ ଓ ପାରାଦୀପ ଷଣ୍ଢକୁଦା ଅଞ୍ଚଳର ଚନ୍ଦନ ଜେନା । ଏମାନେ ସହଯୋଗୀଙ୍କ ସହ ଗାଡ଼ି ଭିତରେ ମରାମତି କରୁଥିଲେ । ଏହି ସମୟରେ ଆଉ ଗୋଟିଏ ଆଇରନ୍ ଗାଡ଼ି ଦ୍ରୁତ ଗତିରେ ଆସି ଡମ୍ପରକୁ ଧକ୍କା ଦେଇଥିଲା । ଫଳରେ ଡମ୍ପରଟି ଓଲଟି ପଡ଼ିବାରୁ ଦୁଇ ଜଣ ଡ୍ରାଇଭର ଚାପି ହୋଇଯାଇଥିଲେ । ଖବର ପାଇ ଅନ୍ୟ ସହଯୋଗୀ ଆସି ଡ୍ରାଇଭରଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ଜଣାପଡ଼ିବା ପରେ ଆଇପିଟି ଡ୍ରମ୍ଫର ଡ୍ରାଇଭରଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ମଧ୍ୟରାତ୍ରରୁ କାର୍ଯ୍ୟବନ୍ଦ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି ।
ଇଞ୍ଜିନ୍ ଖରାପ ଯୋଗୁଁ ଛିଡ଼ା ହୋଇଥିବା ଡମ୍ପରକୁ ପିଟିଲା ଟ୍ରକ ; ମରାମତି କରୁଥିବା ଦୁଇ ଡ୍ରାଇଭରଙ୍କ ମୃତ୍ୟୁ
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ପର ଧକ୍କାରେ ଗଲା ଦୁଇ ଜଣ ଡ୍ରାଇଭରଙ୍କ ଜୀବନ । ଇଞ୍ଜିନ୍ ଖରାପ ଯୋଗୁ ଛିଡ଼ା ହୋଇ ରହିଥିବା ଡମ୍ପରକୁ ପିଟିଲା ଟ୍ରକ ।
/kanak/media/media_files/2025/05/04/VdfQy7u4EC0yOMG7QomC.jpg)