କନକ ବ୍ୟୁରୋ: ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ । କୋଟିଏ ଟଙ୍କାର ଗଞ୍ଜେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ I ଦିନ ବେଳେ ଚୋରା ଗଞ୍ଜେଇ ଚାଲାଣ ଚାଲିଥିବାବେଳେ ମାଡିବସିଲା ପୁଲିସ ଟିମ ।
ଫୁଲବାଣୀ ରୁ ହିମାଚଳ ପ୍ରଦେଶ ଚାଲାଣ କରାଯାଉଥିବାର ଖବର ପାଇ ଚଢାଉ କରିଥିଲା ପୁଲିସ୍ ଟିମ୍ । ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପ୍ରାୟ ୫ କୁଇଣ୍ଟାଲ ରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/28/M0AZvP5CrrJi1w4MIIBX.jpg)