ରାତିରୁ ଷ୍ଟିଅରିଙ୍ଗରେ ଚାପି ହୋଇଗଲେ ଡ୍ରାଇଭର ; ସକାଳେ ଉଦ୍ଧାର କଲା ପୋଲିସ...

ଟ୍ରକ୍ ପଛରୁ ଧକ୍କା ଦେଲା ଟ୍ରକ୍  । ଆନନ୍ଦପୁର ଘଟଗାଁ ଦରଖୋଳା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା  । ଷ୍ଟିଅରିଂରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ସକାଳେ ଉଦ୍ଧାର କଲା ଦମକଳ ବାହିନୀ  ।ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି  ।

ଅଦ୍ୟତନ ହୋଇଛି
19truck

କନକ ବ୍ୟୁରୋ: ଟ୍ରକ୍ ପଛରୁ ଧକ୍କା ଦେଲା ଟ୍ରକ୍‌ । ବିଳମ୍ବିତ ରାତିରୁ ଦୁର୍ଘଟଣା ଘଟିଥିବାବେଳେ ଷ୍ଟିଅରିଂ ତଳେ ଚାପି ହୋଇ ରହିଛନ୍ତି ଚାଳକ । ଜାତୀୟ ରାଜପଥ ୨୦ର ଆନନ୍ଦପୁର ଘଟଗାଁ ରାସ୍ତାର ଦରଖୋଳା ନିକଟରେ ବିଳମ୍ବିତ ରାତିରେ ଗୋଟିଏ ଟ୍ରକ୍ ଆଉ ଗୋଟିଏ ଟ୍ରକ୍ ପଛରୁ ଧକାଦେଇଥିଲା। ଫଳରେ ପଛ ଗାଡ଼ିର ଡ଼୍ରାଇଭର ଜଣକ ବିଳମ୍ବିତ ରାତିରୁ ଟ୍ରକ୍ ଷ୍ଟିଅରିଂ ରେ ଚାପି ହୋଇ ରହିଥିବା ଦେଖିବାକୁ ମିଳିଛି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି। ଲୁହା କଟରରେ ଟ୍ରକ୍ ସାମ୍ନା ପଟ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ଦମକଳ ବାହିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe