କନକବ୍ୟୁରୋ : ଉତ୍ତର ପ୍ରଦେଶର ଫାରୁଖାବାଦ ଜିଲ୍ଲାରେ ଏତାହ-ବରେଲି ହାଇୱେରେ ଏକ ଟ୍ରକ୍‌ -କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ପୁଲିସ ସୂତ୍ର ଅନୁଯାୟୀ, ରବିବାର ରାତିରେ ଏକ ଟ୍ରକ୍ ଫାରୁଖାବାଦରୁ ଏତହାର କାଦରି ଗେଟ୍ ପୁଲିସ ଷ୍ଟେସନ ଅଞ୍ଚଳକୁ ଯାଉଥିବାବେଳେ ଭାଉପୁର ଖୁର୍ଦ୍ଦ ନିକଟରେ ଏକ କାର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

Advertisment

ଅଧିକ ପଢନ୍ତୁ... ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ

ଧକ୍କା ଏତେ ଜୋରଦାର ଥିଲା ଯେ, କାର୍‌ଟି ଖଣ୍ଡ ଖଣ୍ଡ ହୋଇ କିଛି ଦୂର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲା। ଟ୍ରକଟି ମଧ୍ୟ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କାର୍‌ ଓ ଟ୍ରକ୍‌ ମଧ୍ୟରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ଦୁର୍ଘଟଣାରେ ବିରାଟ (୧୨), ମୋହିତ (୩୩) ଓ ଅଜୟ ରାଠୋର (୪୦)ଙ୍କର ମୃତ୍ୟୁ ହୋଇଛି । ମୃତକମାନେ କାର୍‌ରେ ଥିଲେ କି ଅନ୍ୟ ମାଧ୍ୟମରେ ଯାଉଥିଲେ ତାହା ପୁଲିସ ସ୍ପଷ୍ଟ କରିପାରିନାହିଁ। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।