କନକ ବ୍ୟୁରୋ:  ମୁର୍ସିଦାବାଦ ହିଂସା ପାଇଁ ବିଦେଶରୁ ଆସୁଥିଲା ଟଙ୍କା ଏବଂ ସେଠାରୁ ହିଁ ତିଆରି କରାଯାଇଥିଲା ବ୍ଲୁ-ପ୍ରିଣ୍ଟ। ପଶ୍ଚିମବଙ୍ଗରେ ୱାକଫ୍ ଆଇନ ବିରୋଧରେ ହିଂସାରେ ମୁର୍ଶିଦାବାଦରେ ୩ ଜଣଙ୍କ ମୃତ୍ୟୁ ସହିତ ଶହ ଶହ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କୁ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେବାକୁ ପଡ଼ିଥିଲା । ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଏହା ସହ ହିଂସା କାଣ୍ଡ ଘଟାଇଥିବା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି । ସେପଟେ ମୁର୍ଶିଦାବାଦ ଦଙ୍ଗା ମାମଲାରେ ବଡ ଖୁଲାସା ହୋଇଛି ।ଭାରତୀୟ ତଦନ୍ତକାରୀ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ହିଂସା ପାଇଁ ଦୀର୍ଘ ଦିନ ଧରି ଯୋଜନା କରାଯାଉଥିଲା । ଗତ ୩ ମାସ ହେବ ଅଞ୍ଚଳବାସୀ ଏହି ଘଟଣା ଘଟାଇବାକୁ ଯୋଜନା କରୁଥିଲେ। ଏଥିପାଇଁ ବିଦେଶରୁ ପାଣ୍ଠି ଯୋଗାଡ଼ କରାଯାଇଥିଲା ।

Advertisment

ହିଂସା ପାଇଁ ବିଦେଶରୁ ଆସୁଥିଲା ପାଣ୍ଠି
ମୁର୍ସିଦାବାଦ ହିଂସାର ଯୋଜନା ଓ ଖର୍ଚ୍ଚ ତୁର୍କୀରୁ ଆସୁଥିଲା
ଯୋଜନାରେ ସମ୍ପୃକ୍ତ ପ୍ରତ୍ୟେକ ଆକ୍ରମଣକାରୀ ଓ ପଥରମାଡ଼ କରୁଥିବା ଦୁର୍ବୃତ୍ତଙ୍କୁ ୫୦୦ ଟଙ୍କା ଦିଆଯାଇଥିବା ତଦନ୍ତକାରୀ ସଂସ୍ଥା କହିଛି
ଗତ ୩ ମାସ ଧରି ଦୁର୍ବୃତ୍ତମାନେ ନିରନ୍ତର ପ୍ରଶିକ୍ଷଣ ନେଉଥିଲେ
ଷଡ଼ଯନ୍ତ୍ରକାରୀମାନେ ମଧ୍ୟ ବଙ୍ଗଳାକୁ ବାଂଲାଦେଶରେ ପରିଣତ କରିବାକୁ ଯୋଜନା କରିଥିଲେ
ଯାହା ବାଂଲାଦେଶର ଦଙ୍ଗାରେ ଦେଖିବାକୁ ମିଳିଥିଲା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ସମାନ ଯୋଜନା ଥିଲା
ମୁର୍ସିଦାବାଦ ହିଂସା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି
ମୁଁ ସମସ୍ତଙ୍କୁ କହିବି ଯେ ଅନୁମତି ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ଆଇନକୁ ହାତକୁ ନିଅନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ