ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି । ପଟେଲଙ୍କୁ ମନେପକାଉଛି ସାରା ଦେଶ ।

Advertisment

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ଲୌହମାନବଙ୍କୁ ମନେ ପକାଇଛି ସାରା ଦେଶ । ୨୦୧୪ ମସିହାରୁ ପ୍ରତିବର୍ଷ ପଟେଲ ଜୟନ୍ତୀକୁ ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିଆସୁଛି ।

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ଲୌହମାନବଙ୍କୁ ମନେ ପକାଇଛି ସାରା ଦେଶ । ୨୦୧୪ ମସିହାରୁ ପ୍ରତିବର୍ଷ ପଟେଲ ଜୟନ୍ତୀକୁ ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିଆସୁଛି ।

46544ୟୋ

କନକ ବ୍ୟୁରୋ: ଅକ୍ଟୋବର ୩୧, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାର ରଖିବାର ଦିନ । ଏହି ଅବସରରେ ଲୌହମାନବଙ୍କୁ ମନେ ପକାଉଛି ସାରା ଦେଶ । ପ୍ରତିବର୍ଷ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ସର୍ଦ୍ଦାର ସରୋବର ଡ୍ୟାମ୍ ପାଖରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାଇ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । 

ଏଥିସହ ସମସ୍ତ ଅତିଥି ଓ ଦର୍ଶକଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଛନ୍ତି । ଏହାପରେ ଭବ୍ୟ ପରେଡର ଆୟୋଜନ କରାଯାଇଥିଲା । ଏନଏସଜିର ହେଲ୍ ମାର୍ଚ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ଭାରତୀୟ ବାୟୁସେନାର 'ସୂର୍ୟ୍ୟ କିରଣ' ଫ୍ଲାଇପାଷ୍ଟ ଦେଖିବାକୁ ମିଳିଛି । ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।
 

  • ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି
  • ଅର୍ବାନ ନକ୍ସଲକୁ କଲେ ଟାର୍ଗେଟ

ରାଷ୍ଟ୍ରୀୟ ଏକତା ଦିବସରେ ଆତଙ୍କବାଦୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଭାରତ ସହ ଯିଏ ବି ଲାଗିବ ତାକୁ ଛଡ଼ାଯିବ ନାହିଁ । ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଅର୍ବାନ ନକ୍ସଲକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏଥିସହ ଦେଶରେ ଖୁବଶୀଘ୍ର ୱାନ ନେସନ, ୱାନ ଇଲେକ୍ସନ ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ମୋଦି ।

ସ୍ବାଧୀନତା ସମୟରେ ଭାରତର ରାଜ୍ୟ ମାନଙ୍କୁ ଏକାଠି କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଅତୁଳନୀୟ ଥିଲା । ସେଥିପାଇଁ ତାଙ୍କୁ ଲୌହ ମାନବ ଉପାଧିରେ ଭୂଷିତ କରାଯାଇଥିଲା। ତାଙ୍କ ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ପଟେଲ ଜୟନ୍ତୀକୁ ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିଆସୁଛି। ପଟେଲଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe