କନକ ବ୍ୟୁରୋ : ୨୦୨୩ରେ ଟ୍ରିବ୍ୟୁନାଲ ଟିମ୍ ମହାନଦୀ ବୁଲି ଦେଖିଥିଲେ। ସେତେବେଳେ ଓଡ଼ିଶାକୁ ମିଳିନଥିଲା ନ୍ୟାୟ । ବରଂ ମହାନଦୀର ତଣ୍ଟି ଚିପାଯାଉଥିବା ବେଳେ ଚୁପ୍ ରହିଥିଲା ଟ୍ରିବ୍ୟୁନାଲ। ଏବେ ପୁଣିଥରେ ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଆସିବ। ହେଲେ ରାଜ୍ୟ ସରକାର ଆପୋଷ ଆଲୋଚନାରେ ମହାନଦୀ ବିବାଦର ସମାଧାନ ସୂତ୍ର ଖୋଜୁଥିବା ବେଳେ ଟ୍ରିବ୍ୟୁନାଲ ଗସ୍ତରୁ ଓଡ଼ିଶା ଯେ ଲାଭବାନ ତାହାର ସମ୍ଭାବନା କ୍ଷୀଣ ।
ଓଡ଼ିଶା ଟଣାଓଟରା ଭିତରେ ମହାନଦୀରେ ଅନେକ ପାଣି ବହି ଯାଇଛି। ଏବେ କିନ୍ତୁ ମହାନଦୀ ଶୁଖିଲା ପଡିଛି। ଯେଉଁ ଶୁଖିଲା ମହାନଦୀକୁ ଦେଖିବାକୁ ରାତିପାହିଲେ ଆସିବେ ଟ୍ରିବ୍ୟୁନାଲ ଟିମ୍। ହୀରାକୁଦ ଡ୍ୟାମର ସ୍ପିଲ୍ୱେ, କମାଣ୍ଡ ଏରିଆ, ବୁର୍ଲା ପାୱାର ହାଉସ, ଚିପିଲିମା ପାୱାର ହାଉସ ସହ ଅନ୍ୟାନ୍ୟ ଅଞ୍ଚଳ ବୁଲି ସ୍ଥିତି ପରଖିବ ଟିମ୍। ହେଲେ ମହାନଦୀର ତଣ୍ଟି ଛତିଶଗଡ ଯେଉଁଠି ଚିପି ଦେଇଛି, ସେହି ଶୁଖାସୋଢାରେ ପଡିବନି ଟ୍ରିବ୍ୟୁନାଲର ପାଦ। ତେଣୁ ଟ୍ରିବ୍ୟୁନାଲର ଗସ୍ତକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ପଷ୍ଟ ଭାବେ କହିଛି, ଟ୍ରିବ୍ୟୁନାଲ ଓଡ଼ିଶାକୁ ପିକନିକ୍ କରିବାକୁ ନ ଆସୁ। ଗସ୍ତ ପରେ ଅଣମୌସୁମୀ ସମୟରେ ମହାନଦୀକୁ ଛତିଶଗଡ଼ କେତେ ପାଣି ଛାଡ଼ବ ତାହା ସ୍ପଷ୍ଟ ହେବା ଦରକାର। ନଚେତ୍ ସତ୍ୟାଗ୍ରହକୁ ଓହ୍ଲାଇବ ଚେତାବନୀ ଦେଇଛନ୍ତି ସୁଦର୍ଶନ ।
ଅଧିକ ପଢ଼ନ୍ତୁ---ଟ୍ରିବ୍ୟୁନାଲରେ ବିଚାରଧୀନ ମହାନଦୀ ବିବାଦ , ଆପୋଷ ଆଲୋଚନାକୁ ଗୁରୁତ୍ୱ
ଶୁକୁଶୁକୁ ହେଉଥିବା ମହାନଦୀକୁ ଦେଖିବାକୁ ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ପ୍ରଥମଥର ପାଇଁ ଆସୁନି। ୨୦୨୩ରେ ବି ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଆସିଥିଲା, ମହାନଦୀର ସ୍ଥିତି ପରଖିଥିଲା। ହେଲେ ମହାନଦୀକୁ ନ୍ୟାୟ ଦିଅ ବୋଲି ଅଢେଇ ବର୍ଷ ପରେ ବି ଓଡ଼ିଶାକୁ ନେହୁରା ହେବାକୁ ପଡୁଛି। ନ୍ୟାୟ ଆଶାରେ ଥିବା ଓଡ଼ିଶାକୁ ଟ୍ରିବ୍ୟୁନାଲରୁ ମିଳୁଛି କେବଳ ନୂଆ ତାରିଖ । ଯାହାକୁ ନେଇ ଟ୍ରିପଲ ଇଞ୍ଜିନ ସରକାରରେ କାହିଁକି ମହାନଦୀ ଜଳ ବିବାଦର ସମାଧାନ ହେଉନି? ବୋଲି ପ୍ରଶ୍ନ କରିଛି ବିଜେଡି । ଜବାବ ରଖି ବିଜେପି କହିଛି, ପୂର୍ବ ସରକାର ଭଳି କଥା ଲୁଚାଇବନି ବିଜେପି ସରକାର । ଖୁବଶୀଘ୍ର ମହାନଦୀ ବିବାଦର ହେବ ସମାଧାନ। ଟ୍ରିବ୍ୟୁନାଲ ଟିମ୍ର ଗସ୍ତ ଭିତରେ ଆପୋଷ ଆଲୋଚନା ଓ କେନ୍ଦ୍ରର ମଧ୍ୟସ୍ଥତାକୁ ଭରସିଛି ଓଡ଼ିଶା। ହେଲେ କେବେ ଛତିଶଗଡ଼ ସହ ଆଲୋଚନା ହେବ, କେବେ ମହାନଦୀରେ ଜଳ ଲହଡ଼ି ମାରିବ? ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/mahanadi-2026-02-25-20-33-55.jpg)