କନକ ବ୍ୟୁରୋ : ଚାଷ କରିଥିଲେ ଆଦିବାସୀମାନେ, ପାଣି ଛାଡ଼ିଦେଲେ ଡ୍ୟାମ କର୍ତ୍ତୃପକ୍ଷ । ବୁଡ଼ିଗଲା ୪୫ ଏକର ଚାଷ ଓ ଆଦିବାସୀଙ୍କ ଘରଦ୍ବାର । ଲୋୟର ସୁକତେଲ ୨୮ଟି ଗାଁ ଗିଳି ସାରିବା ପରେ ଏବେ ବଞ୍ଚିଛି ବଲାଙ୍ଗିର ଲୋଇସିଂହା ବ୍ଲକର କୁମିଆଁପାଲି ଗାଁରେ । ଏହି ଗାଁରେ ରହୁଥିବା ୧୦୦ ଆଦିବାସୀ ପରିବାରଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଜମି ବଦଳରେ ଜମି, ଘର ବଦଳରେ ଘର ଦାବି କରୁଛନ୍ତି ଗ୍ରାମବାସୀ । ଏହାରି ଭିତରେ ୨ ଦିନ ତଳେ ଡ୍ୟାମ କର୍ତ୍ତୃପକ୍ଷ ଅଚାନକ ପାଣି ଛାଡ଼ିଦେବାରୁ ଚାଷୀଙ୍କ ବର୍ଷକର ପରିଶ୍ରମ ପାଣିରେ ବୁଡ଼ିଯାଇଛି । ଘରଦ୍ବାରକୁ ମଧ୍ୟ ପାଣି ପଶିଛି । ୨୦୨୩ରୁ ଜିଲ୍ଲା ପ୍ରଶାସନକୁ ସେମାନେ ଥଇଥାନ ପାଇଁ ଦାବି ଜଣାଇଛନ୍ତି । କିନ୍ତୁ ଏଯାଏଁ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ ।
ଚାଷ କରିଥିଲେ ଆଦିବାସୀ ; ପାଣି ଛାଡ଼ିଦେଲେ ଡ୍ୟାମ କର୍ତ୍ତୃପକ୍ଷ
ଲୋୟର ସୁକତେଲ ୨୮ଟି ଗାଁ ଗିଳି ସାରିବା ପରେ ଏବେ ବଞ୍ଚିଛି ବଲାଙ୍ଗିର ଲୋଇସିଂହା ବ୍ଲକର କୁମିଆଁପାଲି ଗାଁରେ । ଏହି ଗାଁରେ ରହୁଥିବା ୧୦୦ ଆଦିବାସୀ ପରିବାରଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।
/kanak/media/media_files/2025/09/30/12-2025-09-30-18-01-34.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)