କନକ ବ୍ୟୁରୋ: ସୁଭଦ୍ରା ଯୋଜନାରୁ ବଞ୍ଚିତ ଗ୍ରାମାଞ୍ଚଳର ଆଦିବାସୀ ମହିଳା । ବାରମ୍ବାର ଆବେଦନ ସତ୍ତ୍ବେ ସୁଭଦ୍ରା ଟଙ୍କା ମିଳୁନି। ଯାହାକୁ ନେଇ ରାୟଗଡ଼ା ଜିଲ୍ଲା ଗୁଣପୁର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଟିଟିମିରୀ ପଞ୍ଚାୟତର ଆଦିବାସୀ ମହିଳା । ପଞ୍ଚାୟତର ୫୦ରୁ ଅଧିକ ମହିଳା ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସୁଭଦ୍ରା ଯୋଜନା ଆରମ୍ଭ ହେବା ପରେ ସେମାନେ ଜନସେବା କେନ୍ଦ୍ରରେ ଆବେଦନ କରିଥିଲେ । ହେଲେ ସେମାନଙ୍କ ନାମରେ ୫ ଏକରରୁ ୧୫ଏକର ଜମି ଥିବା ଦର୍ଶାଇ ସେମାନଙ୍କ ଆବେଦନ ଖାରଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ନିଜ ନାଁରେ ଜମି ନଥିବା ସତ୍ତ୍ବେ ଆମକୁ କାହିଁକି ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ମହିଳା । ଘଟଣାର ସଠିକ ତଦନ୍ତ କରାଯାଇ ସୁଭଦ୍ରା ଯୋଜନାରେ ସାମିଲ କରାଯାଉ ନଚେତ ଅନଲାଇନରେ ଦର୍ଶାଯାଉଥିବା ଜମିକୁ ଆମକଚ ପ୍ରଦାନ କରାଯାଉ ବୋଲି ଆଦିବାସୀ ମହିଳା ପ୍ରଶାସନ ନିକଟରେ ଦାବି କରିଛନ୍ତି ।