ସ୍ବାବଲମ୍ବୀ ହେବେ ଆଦିବାସୀ ମହିଳା, କଣ୍ଢେଇ ତିଆରି ପାଇଁ ନେଉଛନ୍ତି ତାଲିମ

Advertisment

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଆଦିବାସୀ ମହିଳା । କଣ୍ଢେଇ ତିଆରି କରି ନିଜସ୍ବ ଉଦ୍ୟମରେ କରିବେ ରୋଜଗାର । କେନ୍ଦୁଝର ତେଲକୋଇରେ ଆଇଟିଡିଏ ପକ୍ଷରୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ ।

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଆଦିବାସୀ ମହିଳା । କଣ୍ଢେଇ ତିଆରି କରି ନିଜସ୍ବ ଉଦ୍ୟମରେ କରିବେ ରୋଜଗାର । କେନ୍ଦୁଝର ତେଲକୋଇରେ ଆଇଟିଡିଏ ପକ୍ଷରୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ ।

vlcsnap-2025-03-09-20h44m32s962

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକର ଆଦିବାସୀ ମହିଳା ଏବେ କଣ୍ଢେଇ ତିଆରି କରି ସ୍ବାବଲମ୍ବୀ ହେବାକୁ ମନ ବଳାଇଛନ୍ତି । ପୁରୁଯୋଡା ଗାଁର ବିଭିନ୍ନ ଏସଏଚଜି ଗ୍ରୁପର ୨୫ ଜଣ ମହିଳା ଏକାଠି ହୋଇ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ଗାଁରେ ଥିବା ବହୁମୁଖୀ ପ୍ରଶିକ୍ଷଣ କେନ୍ଦ୍ରରେ ୪୫ ଦିନ ଧରି କଣ୍ଢେଇ ତିଆରିର ବିଭିନ୍ନ ଦିଗ, କଣ୍ଢେଇ ତିଆରି କୌଶଳ ତଥା କଞ୍ଚାମାଲ ସଂଗ୍ରହ ଓ ଆନୁସଙ୍ଗିକ ଉପକରଣ କ୍ଷେତ୍ରରେ ତାଲିମ ଗ୍ରହଣ କରିଛନ୍ତି ।

ଓଡିଶା ସରକାରଙ୍କ ଜନଜାତି ସଶକ୍ତିକରଣ ଓ ଜୀବିକାନିର୍ବାହ କାର୍ୟ୍ୟକ୍ରମ ଜରିଆରେ କେନ୍ଦୁଝର ଆଇଟିଡିଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତାଲିମ ନେବା ପରେ କଣ୍ଢେଇ ତିଆରି କରି ସ୍ବାବଲମ୍ବୀ ହୋଇ ଆଗକୁ ବଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏହି ମହିଳାମାନେ । ଏହି ତାଲିମ କେନ୍ଦ୍ରରେ ଠେକୁଆ, ବିଲେଇ, କୁକୁର, ବାଘ, ହରିଣ, ହାତୀ, ଘୋଡ଼ା ପ୍ରଭୃତି କଣ୍ଢେଇ ତିଆରି କୌଶଳ ଶିକ୍ଷାଦେବା ସହିତ ଦକ୍ଷତା ବୃଦ୍ଧି କରାଯାଉଛି । 

ଏସଏଚଜି ମହିଳା ମାନେ ଏକାଠି ହୋଇ କଣ୍ଢେଇ ତିଆରି ତାଲିମ ନେଉଛନ୍ତି । କିଏ କଟିଂ କରୁଛନ୍ତି ତ ପୁଣି କିଏ ଷ୍ଟିଚିଂ । ଏମିତିକି ମହିଳା ମାନେ ଛୁଂଚି ସୁତାରେ ସିଲେଇ କରିବା କାମ ମଧ୍ୟ ଏଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି । ଆଦିବାସୀ ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତେଲକୋଇ ଭଳି ଉପାନ୍ତ ଅଞ୍ଚଳର ଜନଜାତି ମହିଳାମାନଙ୍କୁ ଅତ୍ମନିର୍ଭରଶିଳ କରାଇବାରେ ସହାୟକ ହେବ ସରକାରଙ୍କ ଏଭଳି ଉଦ୍ୟମ । ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମହିଳା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe