ଆଦିବାସୀ ଅଞ୍ଚଳରେ ଅସୁରକ୍ଷିତ ଛାତ୍ର ; ସ୍ନାନ , ଶୌଚ ପାଇଁ ହଷ୍ଟେଲରୁ ନଦୀକୁ କରୁଛନ୍ତି ଭରସା

 ଆଦିବାସୀ ଅଞ୍ଚଳରେ ଅସୁରକ୍ଷିତ ଛାତ୍ର। ମାଥିଲି କାଳିଆଗୁଡା ଏସସି-ଏସଟି ଉଚ୍ଚ ବିଦ୍ୟାଳୟରେ ନାହିଁ ପାଣି ସୁବିଧା । ବର୍ଷ ତମାମ ବିଦ୍ୟାଳୟ ନିକଟ ନଦୀରେ ଗାଧୋଉଛନ୍ତି ପିଲା ସବୁ ଜାଣି ନିରବ ସ୍କୁଲ କର୍ତ୍ତୃପକ୍ଷ। 

RIVER

RIVER Photograph: (KANAKNEWS)

କନକ ବ୍ୟୁରୋ: ଆଦିବାସୀ ଅଞ୍ଚଳରେ ଅସୁରକ୍ଷିତ ହଷ୍ଟେଲ ପିଲା । ସ୍ନାନ , ଶୌଚ ପାଇଁ ହଷ୍ଟେଲରେ ସୁବିଧା ନାହିଁ ବୋଲି ନଦୀରେ ଗାଧୋଉଛନ୍ତି ସ୍କୁଲ ଛାତ୍ର । ମାଲକାନଗିରିର ମାଥିଲି ବ୍ଲକ ଅନ୍ତର୍ଗତ କାଳିଆଗୁଡା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଏପରି ଚିତ୍ର ଦେଖିବାକୁ ମିଳିଛି । 

ହଷ୍ଟେଲରେ ପାଣି ସମସ୍ୟା ଥିବାରୁ ନଦୀରେ ଗାଧେଇବାକୁ ବାଧ୍ୟ ହେଉଛନ୍ତି । ଦିନ ଦୁଇ ଦିନ ନୁହେଁ ବର୍ଷ ତମାମ୍ ଏମିତି ଚାଲିଛି । ପ୍ରତିଦିନ ସକାଳୁ ଛାତ୍ରମାନେ ବିଦ୍ୟାଳୟରୁ କାଳିଆଗୁଡ଼ା ନଦୀକୁ ଯାଇ ଗାଧୁଆପାଧୁଆ କରୁଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି, ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜାଣିଛନ୍ତି । କିନ୍ତୁ ଦିନେ ବି ପିଲାଙ୍କୁ ନଦୀ ତୁଠକୁ ଯିବାକୁ ବାରଣ କରୁନାହାଁନ୍ତି । ଯାହା ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe