କନକ ବ୍ୟୁରୋ: ଆଦିବାସୀ ଅଞ୍ଚଳରେ ଅସୁରକ୍ଷିତ ହଷ୍ଟେଲ ପିଲା । ସ୍ନାନ , ଶୌଚ ପାଇଁ ହଷ୍ଟେଲରେ ସୁବିଧା ନାହିଁ ବୋଲି ନଦୀରେ ଗାଧୋଉଛନ୍ତି ସ୍କୁଲ ଛାତ୍ର । ମାଲକାନଗିରିର ମାଥିଲି ବ୍ଲକ ଅନ୍ତର୍ଗତ କାଳିଆଗୁଡା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଏପରି ଚିତ୍ର ଦେଖିବାକୁ ମିଳିଛି ।
ହଷ୍ଟେଲରେ ପାଣି ସମସ୍ୟା ଥିବାରୁ ନଦୀରେ ଗାଧେଇବାକୁ ବାଧ୍ୟ ହେଉଛନ୍ତି । ଦିନ ଦୁଇ ଦିନ ନୁହେଁ ବର୍ଷ ତମାମ୍ ଏମିତି ଚାଲିଛି । ପ୍ରତିଦିନ ସକାଳୁ ଛାତ୍ରମାନେ ବିଦ୍ୟାଳୟରୁ କାଳିଆଗୁଡ଼ା ନଦୀକୁ ଯାଇ ଗାଧୁଆପାଧୁଆ କରୁଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି, ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜାଣିଛନ୍ତି । କିନ୍ତୁ ଦିନେ ବି ପିଲାଙ୍କୁ ନଦୀ ତୁଠକୁ ଯିବାକୁ ବାରଣ କରୁନାହାଁନ୍ତି । ଯାହା ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/23/8y31wa8NATD3T2psZfWx.jpg)