କନକ ବ୍ୟୁରୋ : ହକ ପାଇଁ ତାତିଲେ ଏବଂ ଅସନ୍ତୋଷ ଝାଡ଼ିଲେ । ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ନେତୃତ୍ୱରେ ଶତ।ଧିକ ପାରମ୍ପରିକ ବନବାସୀ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣରେ ବସିଛନ୍ତି ।

Advertisment

ଜିଲ୍ଲା ମୁଖ୍ୟାଳୟରେ ଆଦିବାସୀଙ୍କ ଗର୍ଜନ । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦାବିପତ୍ର ଧରି ଧାରଣା । ସରକାରଙ୍କ ଆଦିବାସୀ ମାରଣ ନୀତିକୁ ସମାଲୋଚନା କରି ନାରାବାଜିରେ କମ୍ପିଲା ପରିବେଶ । ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନର ପୁରଧାଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ନୂଆପଡ଼ା ସହର ପରିକ୍ରମା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଶୋଭାଯାତ୍ରା କରିବା ପରେ ନୂଆପଡ଼ା ଜିଲ୍ଲାପାଳ ଅଫିସ ସମ୍ମୁଖରେ ୨୫ରୁ ୩୦ଜଣ ଆଦିବାସୀ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଦାବି ଏହାକୁ ଚାଲୁ ରହିବ ବୋଲି କହିଛନ୍ତି ଆନ୍ଦୋଳନର ଆବାହକ । ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ଆଇନ୍‌-୨୦୦୬ ଓ ସଂଶୋଧନ ଆଇନ୍‌- ୨୦୧୨ ଅନୁପାଳନ କରିବା । ସମସ୍ତ ଜଙ୍ଗଲ ଗ୍ରାମ ଓ ଅଣସର୍ବେକ୍ଷଣ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା । ଅଣପାରମ୍ପରିକ ବନବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ଦେବାର ବ୍ୟବସ୍ଥା । ଜଙ୍ଗଲ ଜ‌ମି ଆଇନ୍‌ ଗ୍ରାମସଭାକୁ ସରକାରୀ କର୍ମଚାରୀ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉ । ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କାର୍ୟ୍ୟକୁ ପ୍ରତ୍ୟାହାର କରାଯାଉ ଏବଂ ମୋ ଜଙ୍ଗଲ ଜମି ଯୋଜନା ୨୦୨୩ର କାର୍ଯ୍ୟକାରିତା ଦାବି ।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୩ରୁ ଜଙ୍ଗଲ ଜମି ଅଧିକାର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରାଯାଇଛି । କିନ୍ତୁ ଏଯାଏଁ ପଦକ୍ଷେପ ନେଇନାହିଁ ପ୍ରଶାସନ । ତେଣୁ ୨୮ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ନିଷ୍ପରି ନେଇଛନ୍ତି ଆଦିବାସୀ ।