ପାଣି ପାଇଁ ଧନୁତୀର ଧରି ଧମକ: ବ୍ଲକ୍ ଅଫିସ୍ ଘେରିଲେ ଆଦିବାସୀ

ପାଣି ପାଇଁ ଧନୁତୀର ଧରି ବ୍ଲକ୍ ଅଫିସ ଘେରିଲେ ଆଦିବାସୀ। ଦୀର୍ଘଦିନ ଧରି ଗାଁରେ ପାଣି ସମସ୍ୟା ଲାଗି ରହିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟା  ସମାଧନ ହେଉନାହିଁ।

ppppp

Photograph: (kanak news)

କନକ ବ୍ୟୁରୋ: ପାଣି ପାଇଁ ଧନୁତୀର ଧରି ବ୍ଲକ୍ ଅଫିସ ଘେରିଲେ ଆଦିବାସୀ। ଦୀର୍ଘଦିନ ଧରି ଗାଁରେ ପାଣି ସମସ୍ୟା ଲାଗି ରହିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟା  ସମାଧନ ହେଉନାହିଁ। ପ୍ରତିବାଦରେ ଲୋକ ଧନୁତୀର ଧରି ଧାରଣା ଦେବା ସହ ବଡ଼ଧରଣର ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି । 

ଧନୁତୀର ସହ ଗରା ମାଠିଆ ଧରି ବ୍ଲକ୍ ପରିସରରେ ପ୍ରତିବାଦ। ଆମକୁ ପାଣି ଦିଅ ନହେଲେ ଧନୁତୀର ମାଡ ଖାଇବାକୁ ପ୍ରସ୍ତୁତ ରୁହ। ଏ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର। ଅଭିଯୋଗ ଅନୁସାରେ ଏହି ବ୍ଲକ ଡବା ବଣିଆ ଗାଁରେ ୬ ମାସ ହେଲା ବସୁଧା ଯୋଜନାରେ ନିର୍ମିତ ଟାଙ୍କିରେ ପାଣି ଆସୁନାହିଁ। ବହୁ ଦୂରରେ ଥିବା ଏକ କୂଅରୁ ପାଣି ଆଣି ଲୋକ ଚଳୁଛନ୍ତି। ବାରମ୍ବାର ଅଭିଯୋଗ  ସତ୍ତ୍ବେ ସମାଧନ ନହେବାରୁ ଲୋକ ତାତିଛନ୍ତି। ପାରମ୍ପରିକ ଅସ୍ତ୍ର ଧନୁ ତୀର ଧରି ବ୍ଲକ ଅଫିସରେ ଆସି ବଡ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଲୋକେ। 

ଏବିଡିଓ ନିରଞ୍ଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ତ୍ରିପାଠୀ ଓ କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ମହାରଣା ଲୋକଙ୍କୁ ବୁଝାସୁଝା କରିବା ସହ ଅଜି ସନ୍ଧ୍ୟା ସୁଦ୍ଧା ସମସ୍ୟା ଦୂର କରାଯିବ ବୋଲି କହିଥିଲେ। ନଚେତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ଖରାଦିନ ଆସିଲେ ପ୍ରତିବର୍ଷ ଗାଁରେ ପିଇବା ପାଣି ସମସ୍ୟା ଦେଖାଦେଉଥିବା ଲୋକ ଅଭିଯୋଗ କରିଥିବା ବେଳେ  ଏହାର ସ୍ଥାୟୀ ସମାଧାନ  ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ପାଣିର ସ୍ଥାୟୀ ସମାଧାନ ନହେଲେ ବଡ଼ଧରଣର ଆନ୍ଦୋଳନ ପାଇଁ ଆଦିବାସୀ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe