କନକ ବ୍ୟୁରୋ: ସରକାରୀ ବାବୁଙ୍କ ମନମାନି ପାଇଁ ରାଜ୍ୟର ଲକ୍ଷାଧିକ ପରିବାର ହରାଇବେ ଜଙ୍ଗଲ ଜମି । ଜଙ୍ଗଲ ଭିତରେ ରହିବାକୁ ମିଳିନପାରେ ଅନୁମତି, ଜଙ୍ଗଲରୁ ଉଚ୍ଛେଦ କରିବେ ସରକାର । ୨୦୧୯ରୁ ଏହି ପ୍ରକ୍ରିୟା ଚାଲିଥିବାବେଳେ ଏବେବି ଆଦିବାସୀ ତଥା ବନବାସୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧାରରେ । ପଢ଼ନ୍ତୁ କନକ ନ୍ୟୁଜର ଏକ୍ସକ୍ଲ୍ୟୁସିଭ୍ ରିପୋର୍ଟ ।
ପ୍ରକୃତି କୋଳରେ ବର୍ଷ ବର୍ଷ ଧରି ନିଜ ପରିବାର ସହ ରହି ଆସୁଛନ୍ତି ଆଦିବାସୀ । କିନ୍ତୁ ଏହି ଜଙ୍ଗଲରୁ ଉଚ୍ଛେଦ ହେବେ ଆଦିବାସୀ । ଭିଟାମାଟି ଛାଡ଼ି ଅନ୍ୟତ୍ର ଯିବାକୁ ପଡ଼ିବ । ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଆଦିବାସୀ ପରିବାରଙ୍କ ଦାବିକୁ ଜିଲ୍ଲା ସ୍ତରୀୟ କମିଟି ନାକଚ କରିବା ପରେ ଏଭଳି ଆଶଙ୍କା ଦେଖାଦେଇଛି । ତେବେ ସୁପ୍ରିମକୋର୍ଟଙ୍କ ଅପ୍ରତ୍ୟାଶିତ ରାୟ ଉପରେ ରହିତାଦେଶ ଉଠିଲେ ପାଖାପାଖି ୧ଲକ୍ଷ ୪୪ ହଜାରରୁ ଅଧିକ ପରିବାର ଜଙ୍ଗଲ ଛାଡ଼ିବେ ବୋଲି ଜଣାପଡିଛି । ସରକାରୀ ତଥ୍ୟ ଅନୁଯାୟୀ, ଗଜପତିରେ ସର୍ବାଧିକ ୧୬ ହଜାର ୫୮୫ ପରିବାର ଉଚ୍ଛେଦ ହେବେ, ସେହପରି ନୂଆପଡ଼ା ଜିଲ୍ଲାରୁ ୧୬ ହଜାର ୩୬୭ ପରିବାର, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ ହଜାର ୩୨୦, କେନ୍ଦୁଝରରୁ ୧୫ ହଜାର ୨୭୦ ଏହିଭଳି ଅନ୍ୟ ଜିଲ୍ଲାରୁ ହଜାର ହଜାର ପରିବାର ଉଚ୍ଛେଦ ହୋଇପାରନ୍ତି । ପୂର୍ବରୁ ଯେଉଁ ଆଦିବାସୀ ପରିବାରଙ୍କୁ ଜଙ୍ଗଲରୁ ବାହାର କରି ଅନ୍ୟସ୍ଥାନରେ ଥଇଥାନ କରାଯାଇଛି, ସେହି ସ୍ଥାନରେ ମୌଳିକ ସୁବିଧା ମିଳିନଥିବା ଅଭିଯୋଗ ହୋଇଛି ।
ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ, ଜଙ୍ଗଲ ଅଧିକାର ସ୍ୱୀକୃତି ଓ ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ଯାଏଁ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀ ଦଖଲ କରିଥିବା ଜମିରୁ କେହି ଉଚ୍ଛେଦ କରିପାରିବେନାହିଁ । କିନ୍ତୁ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଚଳିତ ବର୍ଷ ୧ଲକ୍ଷ ୪୪ ହଜାରରୁ ଅଧିକ ପରିବାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କମ୍ପାନି ପ୍ରୀତି ପାଇଁ ସରକାର ଆଦିବାସୀଙ୍କୁ ଜଙ୍ଗଲରୁ ବାହାର କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି ।
ଜଙ୍ଗଲ ଅଧିକାର ସଂଶୋଧନ ନିୟମ ୧୨ କ ରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, କେଉଁ ପ୍ରକ୍ରିୟାରେ ନାକଚ କରାଯିବ । ଗ୍ରାମସଭା ଡକାଇ ଏନେଇ ବିଚାର କରାଯିବ । କିନ୍ତୁ ବିଡ଼ମ୍ବନାର କଥା, ସରକାରୀ ବାବୁମାନେ ନିଜ ମନ ମୁତାବକ ନାକଟ କରିଚାଲିଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲା ବିଚାର ନହେବା ଯାଏଁ ଆଦିବାସୀ ତଥା ବନବାସୀଙ୍କର ଭାଗ୍ୟ ଝୁଲି ରହିଛି ।
ଜଙ୍ଗଲରୁ ଉଚ୍ଛେଦ ହେବେ ଆଦିବାସୀ, ଭିଟାମାଟି ହରାଇବେ ଲକ୍ଷାଧିକ ପରିବାର
ଜଙ୍ଗଲରୁ ଉଚ୍ଛେଦ ହେବେ ଆଦିବାସୀ । ଭିଟାମାଟି ଛାଡ଼ି ଅନ୍ୟତ୍ର ଯିବାକୁ ପଡ଼ିବ । ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଆଦିବାସୀଙ୍କ ମନରେ ଏଭଳି ଆଶଙ୍କା ଦେଖାଦେଇଛି ।
/kanak/media/media_files/2025/05/20/RnSr3AtASJyojc20kftZ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)