କନକବ୍ୟୁରୋ : ଓଡ଼ିଶା ସରକାରଙ୍କ ତରଫରୁ ଆରମ୍ଭ ହୋଇଚି ଆଦିବାସୀ ମେଳା - ୨୦୨୫, ଏହି ମେଳାରେ ନୂଆ କିଛି ଝଲକ ଦେଖିବାକୁ ମିଳିଛି । ଏଥିସହ ପ୍ରଥମ ଦିନରେ ଏଠି ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି , ମେଳା ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ମେଳାରେ ପ୍ରଥମ ଦିନରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ,
ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସହିତ ଆଦିବାସୀ ହାଟ ଓ ଜନଜାତି କଳାକାରଙ୍କ କାରୁକାର୍ଯ୍ୟ ଗୁଡ଼ିକର ମେଳାକୁ ଆସିବାର ପ୍ରମୁଖ ଆକର୍ଷଣ ପାଲଟିଛି ଜାତୀୟ ଜନଜାତି ଖାଦ୍ୟ ମହୋତ୍ସବରେ ସର୍ବାଧିକ ଗହଳି ରହୁଥିବା ସୂଚନା ଦେଇଛନ୍ତି ,
ଏଥି ସହିତ ଜନଜାତି ହାଟରେ ମିଳୁଥିବା ଆଦିବାସୀମାନଙ୍କର ହାତ ତିଆରି ଫୁଲ ଝାଡ଼ୁ, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ଖଲି, ଦନା, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ଇତ୍ୟାଦିକୁ ଲୋକେ ଅଧିକ ଭାବେ କିଣୁଥିବା ଦେଖିବାକୁ ମିଳୁଛି । ବାରିପଦାରୁ ଆସୁଥିବା ଛୋଟ ଆଳୁ ଓ ରାୟଗଡ଼ାର ହଳଦୀକୁ ମଧ୍ୟ ଲୋକେ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ମେଳାରେ କୌଣସି ପ୍ରକାର ଦୁର୍ଘଟଣା ଏଡ଼ାଇବାକୁ ସିସିଟିଭି ଖଞ୍ଜାଯାଇଅଛି ।
ସେହିଭଳି ଖାଦ୍ୟ ମେଳାରେ ପରିଷ୍କାର ପରିଚ୍ଛନ୍ନତା ସହିତ ଦର୍ଶକମାନେ ଯେଭଳି ଉନ୍ନତମାନର ଖାଦ୍ୟ ପାଇବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦର ସହ ଉପଭୋଗ କରିବା ସହ ପ୍ରତି ଷ୍ଟଲରୁ ଷ୍ଟଲକୁ ବୁଲି ରାଜଧାନୀବାସୀ ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି । ଏଥିସହ ମେଳାରେ ବର୍ତ୍ତମାନ ବିଶେଷ ଆର୍କଷଣ ସାଜିଛି ସାନ୍ତାଳୀ ଲିପି ର ନୂଆ ଚମକ୍ ।
ବିଶେଷକରି ମୁଖ୍ୟ ଗେଟ୍ ଦେଇ ପ୍ରବେଶ କଲେ ଡାହାଣ ପଟରେ ପାଇବେ ଭଗବାନ ବିର୍ସା ମୁଣ୍ଡା ପଭିଲିଆନ ଏବଂ ସେଠାରେ ରହିଛି ଡିଜିଟାଲ ଯୁଗରେ ଲୋକେ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ସାନ୍ତାଳୀ ଲିପି କେମିତି ଲେଖିବେ ତାହା ହୋଇଚି ସହଜ। ରାଜ୍ୟ ସରକାରଙ୍କ " ଓଡ଼ିଶା ଭର୍ଚୁଆଲ ଏକାଡେମୀ " ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞ ଙ୍କ ଦ୍ଵାରା ନୂଆ ପ୍ରୟାସ ସଫଳ ହୋଇଛି ।
ଅତି ସହଜରେ ଜଣେ ଆଦିବାସୀ ଭାଇ ଭଉଣୀ କେହି ଏବେ ସାନ୍ତାଳୀ ଲିପି ବ୍ୟବହାର କରି ଫୋନ୍ କି କମ୍ପ୍ୟୁଟର ରେ ନିଜ କାର୍ଯ୍ୟ କରିପାରିବେ । ଏହାକୁ ବହୁତ୍ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି , ଏଥିସହ ଆପଣ ବି ଆଦିବାସୀ ମେଳା ବୁଲିଗଲେ ନିଶ୍ଚୟ ଦେଖିବେ ଏହି ନୂଆ ବିଶେଷକୁ ଯାହା ପାଲଟିଛି ଚଳିତ ବର୍ଷର ବିଶେଷ ଆର୍କଷଣ