କନକ ବ୍ୟୁରୋ : ବଢ଼ୁଛି ଆଦିବାସୀ ଅଳଙ୍କାରର କ୍ରେଜ୍। ସବୁ ବୟସର ମହିଳାମାନେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଶାଢ଼ି ହେଉ କି କୁର୍ତ୍ତି ଅବା ୱେଷ୍ଟର୍ଣ୍ଣ। ସବୁ ଡ୍ରେସ୍କୁ ମ୍ୟାଚ୍ କରୁଛି ଏହି ଅଳଙ୍କାର। ସେଥିପାଇଁ ତ ଆଦିବାସୀ ମେଳାରେ ମାଟି, ପିତ୍ତଳ ଓ ତମ୍ୱାରେ ତିଆରି ଅଳଙ୍କାର କିଣିବାକୁ ଭିଡ଼ ।
କାଠ ମାଳି, ତମ୍ବା ଓ ପିତଳ ଏବଂ ବ୍ରୋଞ୍ଚରୁ ପ୍ରସ୍ତୁତ ଗହଣା, ମାଟିରେ ତିଆରି ଗହଣା, ଆଦିବାସୀଙ୍କ ପାରମ୍ପରିକ ହାର, ରଙ୍ଗବେରଙ୍ଗି ସୂତା ଓ ପିତ୍ତଳରୁ ପ୍ରସ୍ତୁତ ହେୟାର ଷ୍ଟିକର ଚାହିଦା ବେଶୀ । ସବୁ ଆଉଟ୍ଫିଟ୍ ସହ ହେଉଛି ଫିଟ୍। ସବୁ ବୟସର ମହିଳା ଏହାକୁ ପିନ୍ଧିବାକୁ ପସନ୍ଦ ମଧ୍ୟ କରୁଛନ୍ତି।
ଆଦିବାସୀ ମେଳାରେ କୋରାପୁଟ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଲୋକେ, ନିଜ ନିଜ ପାରମ୍ପରିକ ଅଳଙ୍କାର ବିକ୍ରି କରୁଛନ୍ତି। ୫୦ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଜିନିଷର ମୂଲ୍ୟ । ସୁନ୍ଦର କାରୁକାର୍ଯ୍ୟର ଏହି ଗହଣା ଦେଖିବାକୁ ବେଶ୍ ଆକର୍ଷଣୀୟ। କେବଳ ହାର କି କାନଫୁଲ ନୁହେଁ,ହେୟାର ଷ୍ଟିକ୍, ଆଦିବାସୀ ମହିଳାମାନେ ହାତରେ ପିନ୍ଧୁଥିବା ଚୁଡ଼ି ମଧ୍ୟ ଏଠାରେ ବିକ୍ରି ହେଉଛି। ସୁଲଭ ମୂଲ୍ୟରେ ଗହଣା ସହ, ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘର ସଜା ସାମଗ୍ରୀକୁ ମଧ୍ୟ କିଣି ନେଉଛନ୍ତି ଗ୍ରାହକ।
ଟ୍ରେଣ୍ଡରେ ଆଦିବାସୀ ଅଳଙ୍କାର । ସମୟ ସହ ବଦଳୁଛି ଫ୍ୟାଶନ୍ର ପରିଭାଷା ।
ସମୟ ସହ ବଦଳୁଛି ଫ୍ୟାଶନ୍ର ପରିଭାଷା, ହେଲେ କମିନି ଆଦିବାସୀ ଅଳଙ୍କାରର କ୍ରେଜ୍ । ମନ ମୋହୁଛି ଆଦିବାସୀ ଅଳଙ୍କାର ।
/kanak/media/media_files/2025/01/15/RWNZTEWmzaVNfD4veFXs.jpg)