କନକ ବ୍ୟୁରୋ:  ବାଙ୍କୀରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ବିବାଦ ଓ କାଜୁ ନିଲାମକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା। ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ବନହରା ଆଦିବାସୀ ସାହିରେ ଘଟିଛି ଏହି ଘଟଣା ।

Advertisment

ମାରପିଟ ହେବା ପରେ ପରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀର ୪ ବଖରା ଘରେ ନିଆଁ ଲଗାଇ ଦେଇଛନ୍ତି । ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡ଼ି ପାଉଁଶ ହୋଇଛି । ଏଥିସହ ଉଭୟ ପକ୍ଷରୁ ଟେକାପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ଉଭୟ ପକ୍ଷରୁ ୧୨ରୁ ଉର୍ଦ୍ଧ ଆହତ ଡମପଡା ମେଡିକାଲରେ ଭର୍ତ୍ତି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।