Photograph: (kanaknews)
କନକବ୍ୟୁରୋ : ହୀରାକୁଦ ଜଳ ଭଣ୍ଡାରରେ ଆରାଇଭାଲ ପ୍ଲାଜା ଓ ଝାଙ୍କରାଣୀ ମନ୍ଦିର ପଛ ପଟେ ୱାଟର ସିମ୍ଫୋନି ନିର୍ମାଣ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡକୁ ଦିଆଯାଇଛି। ନଦୀବନ୍ଧ ନିକଟରେ ଏହି ସମନ୍ବିତ ପର୍ଯ୍ୟଟନ କରିଡର୍ ପାଇଁ ଚାଲିଛି ଗଛକଟା । ହୀରାକୁଦ୍ରେ ହୋଟେଲ ଶିଳ୍ପ ପାଇଁ ମଧ୍ୟ କଟିବ ହଜାର ହଜାର ଗଛ। ଯାହାକୁ ନାପସନ୍ଦ କରିଛନ୍ତି ପରିବେଶ ପ୍ରେମୀ । ବୁର୍ଲାରୁ ହୀରାକୁଦ ନଦୀବନ୍ଧକୁ ଯିବା ରାସ୍ତାରେ ଆରାଇଭାଲ ପ୍ଲାଜା ନିର୍ମାଣ ପାଇଁ ୧୬୯୦ଟି ଗଛ କଟାଯିବ ।
ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୁଲିସ : ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ ଜୋରଦାର
ଏହାସହ ଝାଙ୍କରାଣୀ ମନ୍ଦିର ପଛପଟେ ୪୦୦ଟି ଗଛ କାଟିବାକୁ ଚିହ୍ନଟ କରାଯାଇଛି । ଏବେ ଯାଏଁ ୧୨୦୦ ଗଛ କଟାଯାଇଛି । ଏପଟେ ଝାଙ୍କରାଣୀ ମନ୍ଦିର ପଛପଟ ୱେଟଲ୍ୟାଣ୍ଡରେ ଆସୁଥିବାରୁ ଏଠାରେ ଗଛ କାଟିବାକୁ ଷ୍ଟେଟ ୱେଟଲ୍ୟାଣ୍ଡ ଅଥରିଟି ଓ ନ୍ୟାସନାଲ ୱେଟଲ୍ୟାଣ୍ଡ ଅଥରିଟିକୁ ଅନୁମତି ମଗାଯାଇଥିବା କହିଛନ୍ତି ପର୍ଯ୍ୟଟନ ଉପନିର୍ଦ୍ଦେଶକ ରବୀନ୍ଦ୍ର ଦଳେଇ । ବହୁ ମୂଲ୍ୟବାନ ଶାଗୁଆନ୍ ଗଛ ମଧ୍ୟ ବଳିପଡ଼ିଛି । ଏମିତିକି ଅଭିଯୋଗ ହେଉଛି ଝାଙ୍କରାଣୀ ମନ୍ଦିର ପଛ ପଟେ ଗଛ କାଟିବାକୁ ଅନୁମତି ମିଳିନଥିଲେ ମଧ୍ୟ ଗଛ କଟାଯାଉଛି । ପରିବେଶ ପ୍ରେମୀଙ୍କ କହିବା କଥା ଯେତେ ସ୍ଥାନରେ ଆରାଇଭାଲ ପ୍ଲାଜା ନିର୍ମାଣ ହେବ ତାଠାରୁ ଅଧିକ ଗଛ କଟାଯାଉଛି । କିଛି ସ୍ଥାନରେ ଗଛ ରହିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ହୋଇପାରିବ କିନ୍ତୁ ସେଠାରେ ମଧ୍ୟ ଗଛକଟାଯାଉଥିବା ଅଭିଯୋଗ ହୋଇଛି ।
Follow Us