କନକ ବ୍ୟୁରୋ: ନବରଙ୍ଗପୁର ଜଙ୍ଗଲରେ ଅସୁସ୍ଥ ହାତୀଛୁଆ । ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ ଅଧୀନରେ ଥିବା ଚିଡେଇପାନୀ ପଘାରପାନୀ ଜଙ୍ଗଲ ମଧ୍ୟକୁ ପଶିଆସିଥିଲା ଛତିଶଗଡ଼ ରୋଗୀଣା ୬ ବର୍ଷର ହାତୀଛୁଆ । ବନ ବିଭାଗ କହିବା ଅନୁଯାୟୀ ଦୁଇଦିନ ହେବ ହାତୀଛୁଆଟି ପାଣିର ସନ୍ଧାନ ରେ ପଶିଆସିଥିଲା ଓଡିଶା ଜଙ୍ଗଲ ମଧ୍ୟକୁ । କାରଣ ହାତୀ ଛୁଆର ପାଟି ଭିତରେ କିଛି ହୋଇଥିବାରୁ ସେ କିଛି ଖାଇ ପାରୁନଥିଲା । ବୋଧେ ପାଣି ପାଟିରେ ଲାଗିଲେ ଆରାମ ଲାଗୁଥିଲା ସେଥିପାଇଁ ପାଣିର ସନ୍ଧାନରେ ଆସିଥିବା ଅନୁମାନ କରୁଛି । ଶରୀର ଅସୁସ୍ଥ ଥିବାରୁ କିଛି ଦିନ ହେବ କିଛି ନ ଖାଇ ହାତୀ ଛୁଆଟି ପୁରା ଦୁର୍ବଳ ହୋଇପଡିଛି । ଛତିଶଗଡ଼ ବନବିଭାଗ ଡୋନ ସାହାଯ୍ୟରେ ହାତୀ ଛୁଆର ସନ୍ଧାନ ପାଇ ବୁଧବାର ସକାଳୁ ପଘାରପାନୀ ଜଙ୍ଗଲ ରେ ପହଞ୍ଚି ଟ୍ରାଙ୍କୁଲାଇଜର ସାହାଯ୍ୟରେ ହାତୀକୁ କାବୁ କରି ଚିକିତ୍ସ ଆରମ୍ଭ କରିଥିଲା । ବର୍ତ୍ତମାନ ଶରୀର ରେ ଉନ୍ନତି ଆସିଥିବା ଜଣାପଡୁଛି । ଯଦି କିଛି ଅସୁବିଧା ହୁଏ ହାତୀ ଛୁଆ କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସ କରିବା କଥା ଛତିଶଗଡ଼ ବନବିଭାଗ କହିଥିବାବେଳେ ଓଡିଶା ବନବିଭାଗ କୌଣସି ସହଯୋଗ ନ କରିବା ସହ ସେମାନଙ୍କୁ ଏକାକୀ ରାତି ସାରା ଜଗିରହିବାକୁ ପଡିଥିଲା ବୋଲି ପ୍ରକାଶ କରିଛନ୍ତି ।