କୋମାରେ ୟୁନାନୀ ହସ୍ପିଟାଲ । ଡାକ୍ତର ଅଭାବରୁ ବନ୍ଦ ଚିକିତ୍ସା ।

Advertisment

କୋମାରେ ପଡିଛି ସାଲେପୁର ୟୁନାନୀ ହସ୍ପିଟାଲ । ନାହାଁନ୍ତି ଡ଼ାକ୍ତର, ମିଳୁନି ଚିକିତ୍ସା । ଦୂରଦୂରାନ୍ତରୁ ଫେରୁଛନ୍ତି ରୋଗୀ ।

କୋମାରେ ପଡିଛି ସାଲେପୁର ୟୁନାନୀ ହସ୍ପିଟାଲ । ନାହାଁନ୍ତି ଡ଼ାକ୍ତର, ମିଳୁନି ଚିକିତ୍ସା । ଦୂରଦୂରାନ୍ତରୁ ଫେରୁଛନ୍ତି ରୋଗୀ ।

କୋମାରେ ୟୁନାନୀ ଚିକିତ୍ସାଳୟ

Photograph: (kanaknews)

କନକ ବ୍ୟୁରୋ :  ନାହିଁ ନାହିଁରେ ଚାଲିଛି ୟୁନାନୀ ହସ୍ପିଟାଲ । ଆୟୁର୍ବେଦିକ ଯଥା ଜଡ଼ିବୁଟି, ଚେରମୁଳି ଔଷଧ ପାଇଁ ପ୍ରତିଷ୍ଠା ଲାଭ କରିଥିବା ଏହି ହସ୍ପିଟାଲ ଏବେ ଡ଼ାକ୍ତର ନାହାଁନ୍ତି । ହସ୍ପିଟାଲଟି କେବଳ ଜଣେ ଜଗୁଆଳୀଙ୍କ ଭରସାରେ ରହିଛି । ଗରିବ, ଆଦିବାସୀ, ହରିଜନଙ୍କ ସେବାରେ ଲାଗୁଥିବା ଏହି ହସ୍ପିଟାଲ ପ୍ରତି ପ୍ରଶାସନର ବି ଦୃଷ୍ଟି ନାହିଁ ।

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନର ବୈମାତୃକ ମନୋଭାବ ପାଇଁ ବନ୍ଦ ହେବାକୁ ବସିଲାଣି ସାଲେପୁରର ଏକମାତ୍ର ୟୁନାନୀ ମେଡ଼ିକାଲ । ସରକାରୀ ସ୍ତରରେ ଏଠାକୁ ଡାକ୍ତର ନିଯୁକ୍ତି ବନ୍ଦ ହେବା ଯୋଗୁ ଡେପୁଟେସନରେ ଜଣେ ଡ଼ାକ୍ତର ଆସି ଚିକିତ୍ସା କରୁଥିଲେ । ହେଲେ ୨୦୨୩ ଡିସେମ୍ବରରେ ସେ ଅବସର ନେବା ପର ଠାରୁ ଏଠାରେ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କେବଳ ଜଣେ ରାତ୍ରୀ ଜଗୁଆଳିଙ୍କ ସହାୟତାରେ ପଡ଼ିରହିଛି ଏହି ହସ୍ପିଟାଲ ।

ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୧୯୯୧ରେ ଏହି ହସ୍ପିଟାଲ ଖୋଲାଯାଇଥିଲା । ସାଲେପୁର ବ୍ଳକର ଏହା ଏକମାତ୍ର ୟୁନାନୀ ଚିକିତ୍ସାଳୟ। ହେଲେ ପ୍ରଶାସନର ବୈମାତୃକ ମନୋଭାବ ପାଇଁ ଏହା ବନ୍ଦ ହେବାକୁ ବସିଲାଣି। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏହି ୟୁନାନୀ ଚିକିତ୍ସାଳୟରେ ଆୟୁର୍ବେଦିକ କିମ୍ବା ହୋମିଓପ୍ୟାଥିକ ଡାକ୍ତର ନିଯୁକ୍ତି ଦେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe