କନକ ବ୍ୟୁରୋ: ବାତ୍ୟା ଲ୍ୟାଣ୍ଡଫଲ ପରେ କମିଛି ପ୍ରଭାବ, କମିଛି ପବନ, ହେଲେ ବଢିଛି ବର୍ଷା । ସମୁଦ୍ର ସ୍ଥଳରେ ଏବେବି ପ୍ରଭାବ ରହିଛି । ଏହା ଭିତରେ   ଧାମରାରେ ସମୁଦ୍ର ଭିତରର ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସମୁଦ୍ର ମୁହାଣରେ ଫଶିଛି ଟ୍ରଲର । ତାକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଏହି ଦୁଇ ଟ୍ରଲର ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।
 

Advertisment

ତେବେ ବାତ୍ୟାର ଅନେକ ପୂର୍ବରୁ ଧାମରାର ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯିବା ସହ ଟ୍ରଲରଗୁଡିକୁ ତଳିଆ ଅଞ୍ଚଳକୁ ନେଇଯିବାକୁ ସତର୍କତା କରାଯାଉଥିଲା । ଏପରି ମଧ୍ୟ ହୋଇଥିଲା । ହେଲେ ଏ ଦୁଇଟି ଟ୍ରଲର ସମୁଦ୍ର ଭିତରେ କିପରି ଆସିଲା ଏନେଇ ପ୍ରଶ୍ନ ଉଠିଥିଲା । ତେବେ ସମୁଦ୍ର କୂଳକୁ ଫେରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରଲରରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବାରୁ ସମୁଦ୍ର ମୁହାଁଣରେ ଫଶିଯାଇଥିବା ଜଣାପଡିଛି । ତେବେ ବାତ୍ୟା ପୂର୍ବରୁ  ଚାଳକ କାହିଁକି ସତର୍କ ହୋଇନଥିଲେ ବୋଲି ତଟରକ୍ଷୀ ପୋଲିସ କାରଣ ଖୋଜୁଛି ।