କନକ ବ୍ୟୁରୋ : ସମୁଦ୍ର ମଝିରେ ଫସିଲା ଟ୍ରଲର । ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ଇଞ୍ଜିନ ଖରାପ, ଦେବୀ ମୁହାଣ ନିକଟରେ ଫସି ରହିଛି ୨ ଟ୍ରଲର । ସକାଳୁ ରାତି ପର୍ଯ୍ୟନ୍ତ ଟ୍ରଲର ଫଶି ରହିଛି । ଟ୍ରଲରରେ ୧୪ ଜଣ କର୍ମଚାରୀ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ନୂଆଗଡ ସାମୁଦ୍ରିକ ଥାନା କର୍ମଚାରୀମାନେ ପ୍ରୟାସ କରିଥିଲେ ମଧ୍ୟ ସମୁଦ୍ର ଅଶାନ୍ତ କାରଣରୁ ଟ୍ରଲର ପାଖରେ ପହଞ୍ଚି ପାରିନଥିଲେ ।
ମିଳିଥିବା ସୂଚନା ମୁତାବକ, ନୂଆଗଡ ମାଛ ଧରା ବନ୍ଦରରୁ ମାଛ ମାରିବାକୁ ୨ଟି ଟ୍ରଲର ସମୁଦ୍ର ମଧ୍ୟକୁ ଯାଇଥିଲେ । ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ନେଇ ସତର୍କତା ନେଇ ସୂଚନା ମିଳିବାପରେ ସମୁଦ୍ରରୁ ଦେବୀ ମୁହାଣ ଦେଇ ନୂଆଗଡ ମାଛ ଧରା ବନ୍ଦରକୁ ଫେରିଲା ବେଳେ ମୁହାଣ ଠାରୁ ଉତର ଦିଗକୁ ୨ କିମି ଦୂରରେ ଟ୍ରଲର ଦୁଇଟିର ଇଞ୍ଜିନ ଅଚଳ ହୋଇଥିଲା ଓ ଫଳରେ ମୁହାଣ ମଧ୍ୟ ଭିତରକୁ ପଶି ପାରିନଥିଲା ଟ୍ରଲର । ସମୁଦ୍ରର ଢେଉ ଜୋରରେ ପିଟି ହେଉଥିବାରୁ ଟ୍ରଲର ବୁଡିଯିବାର ଆଶଙ୍କା ରହିଛି । ତେଣୁ ତଟରକ୍ଷୀ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଟ୍ରଲର ମାଲିକ ଆକୁଳ ନିବେଦନ କରିଛନ୍ତି