କନକ ବ୍ୟୁରୋ: ସୋସିଆଲ ମିଡ଼ିଆରେ ଏହି ଦିନମାନଙ୍କରେ ଭିନ୍ନ ଏକ ମାଙ୍କଡ଼ ଭାଇରାଲ  ହେବାରେ ଲାଗିଛି । ନାଁ ତା’ର ବବ୍‌ଲୁ ବନ୍ଦର । ଏହି ସ୍ବତନ୍ତ୍ର ମାଙ୍କଡ଼ଟି  ପୂରା ଭାରତବର୍ଷ ପରିଭ୍ରମଣ କରୁଛି । ଆଉ ପୂରା ହିନ୍ଦିରେ ମଜାଳିଆ ଢଙ୍ଗରେ ବୁଲିବାକୁ ଯାଉଥିବା ସ୍ଥାନମାନଙ୍କ ବିଷୟରେ ନିଜ ବ୍ଲଗ ମାଧ୍ୟମରେ ଲୋକଙ୍କୁ କହୁଛି । ବବ୍ଲୁ ବନ୍ଦରର  ରିଲ୍‌ ରେ ଲକ୍ଷ ଲକ୍ଷ ଭ୍ୟୁଜ୍‌  ଆସୁଛି । ଲୋକମାନେ ତାର  ଭାବଭଙ୍ଗିକୁ ଖୁବ୍‌  ପସନ୍ଦ କରୁଛନ୍ତି । ବବ୍‌ଲୁ  ବନ୍ଦର ଏବେ ନା ଖାଲି  ଏକ ସୋସିଆଲ ମିଡ଼ିଆ କ୍ରିଏଟର ବରଂ ଏକ ଟ୍ରେଣ୍ଡ ହୋଇସାରିଲାଣି ।  

Advertisment
ବ୍ଲଗର ବବ୍‌ଲୁ ବନ୍ଦର
ବ୍ଲଗର ବବ୍‌ଲୁ ବନ୍ଦର Photograph: (Google)

ଆସନ୍ତୁ  ଜାଣିବା  କିଏ ଏହି ବବ୍‌ଲୁ ବନ୍ଦର ? 
 ବବ୍‌ଲୁ ବନ୍ଦର ସତସତିଆ ମାଙ୍କଡ଼ ନୁହେଁ । ବବ୍‌ଲୁକୁ ନେଇ ସ୍ପଷ୍ଟ ହୋଇଛି ଯେ,  ବବ୍‌ଲୁ ମାଙ୍କଡ ସମ୍ପୂର୍ଣ୍ଣ ଭାବେ ଏଆଇ ଦ୍ବାରା ନିର୍ମିତ । ବବ୍‌ଲୁର ଏହି ପରି ମଜାଳିଆ କଥା ଲୋକଙ୍କ ମନ ଜିଣୁଛି । ମାଙ୍କଡ଼ର ଚାଲି, ଦେଶୀ ଢଙ୍ଗ, ହିନ୍ଦିରେ କଥାବାର୍ତ୍ତ ସବୁ କିଛି  ପୂରା ବାସ୍ତବ  ଲାଗୁଛି।  କିଛି ଲୋକ  ବିଶ୍ବାସ କରୁପାରୁନାହାଁନ୍ତି ବବ୍ଲୁ ବନ୍ଦର ଏନିମେଟେଡ୍‌ ବୋଲି ।

maxresdefault
Photograph: (google)

କିଏ ବବ୍ଲୁ  ପଛରେ 
ଏକ ରିପୋର୍ଟ  ଅନୁସାରେ ଏ ସମସ୍ତ କ୍ରିଏସନ୍‌ ପଛରେ  ଲଖନ ସିଂ,  ଯିଏକି  ନିଜକୁ  ଡିଜାଇନର, କ୍ରିଏଟର ଓ ଡ୍ରୀମର କହୁଛନ୍ତି । ଦିଲ୍ଲୀରେ ରହୁଥିବା  ଲଖନ  ବବ୍‌ଲୁ ମାଧ୍ୟମରେ  ଦେଖାଇଦେଇଛନ୍ତି ଯେ, ସୃଜନଶୀଳତାର କୌଣସି ସୀମା ନାହିଁ ।