Photograph: (KANAKNEWS)
କନକ ବ୍ୟୁରୋ : କର୍ପୋରେଟ୍ ଚାକିରି ଛାଡ଼ି ଦୁନିଆ ବୁଲିବାକୁ ବାହାରିଥିଲେ । ସାରା ବିଶ୍ବକୁ ଦେଖିବାର ସ୍ବପ୍ନ ପୂରଣ ହୋଇଆସୁଥିଲା । ଜୀବନର ରୋମାଞ୍ଚ ବହିରେ ପୃଷ୍ଠା ପରେ ପୃଷ୍ଠା ଲେଖିଯାଉଥିଲେ । କିନ୍ତୁ ଶେଷର କିଛି ପୃଷ୍ଠା ଲେଖିବା ଆଗରୁ ତାଙ୍କ ଜୀବନ ଅଟକିଗଲା … ଏବେ ସବୁ ଖାଲି ଯାହା ଫଟୋରେ ଫଟୋରେ … ରହିଗଲା ..
ଜଣାଶୁଣା ଟ୍ରାଭଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦଙ୍କ ଅକାଳ ମୃତ୍ୟୁ କେବଳ ତାଙ୍କ ପ୍ରଶଂସକଙ୍କୁ ନୁହେଁ ବରଂ ବିଶ୍ବବାସୀଙ୍କ ସ୍ତବ୍ଧ କରିଦେଇଛି । ଏଇ ବୟସରେ ତାଙ୍କର ଏମିତି ନୀରବି ଯିବାକୁ କେହି ସହଜେ ଗ୍ରହଣ କରିପାରୁନାହାନ୍ତି । ମାତ୍ର ୩୨ ବର୍ଷ ବୟସରେ ସାରା ଦୁନିଆକୁ ଅଲବିଦା କହିଦେଇ ଚାଲିଯାଇଥିବା ଅନୁନୟଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବ୍ୟସ୍ତ କରିପକାଇଛି । ପରିବାର ଲୋକେ ଯଦିଓ ଇନଷ୍ଟା ପୋଷ୍ଟକୁ ଆଧାର କରି ଏହି ସୂଚନା ଦେଇଛନ୍ତି କିନ୍ତୁ ଏବେବି ଅନୁନୟଙ୍କ ମୃତ୍ୟୁ ଉପରୁ ପରଦା ଉଠିନି । ଶେଷ ନିଃଶ୍ବାସ ତାଙ୍କର ଆମେରିକା ଲାସ୍ ଭେଗାସରେ ଯାଇଥିଲା ବୋଲି ତାଙ୍କର ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଛି ।
ଅଧିକ ପଢନ୍ତୁ.. ଲିଭର୍ ଖରାପ ? ହାତ ଦେଖି ଜଣାପଡ଼ିଯିବ
ଅନୁନୟଙ୍କ ଇନଷ୍ଟା ଆକାଉଣ୍ଟକୁ ଦେଖି ଲାଗୁଛି , ସେ ଖୁବ୍ ଖୁସ୍ ମିଜାଜର ଯୁବକ ଥିଲେ । ବି ଶ୍ବର ୪୦ ଦେଶ ଭ୍ରମଣ କରିବା ପରେ ବି ନିଜ ଦେଶ ପ୍ରତି ତାଙ୍କର ଭଲପାଇବାରେ ଟିକେ ବି ଊଣା ନଥିଲା । ବନାରସର ଗଳିକନ୍ଦିରେ ତାଙ୍କ ବ୍ଲଗିଙ୍ଗ ଏହା ସ୍ପଷ୍ଟ କରିଛି ।
ଅନୁନୟ କେବଳ ଜଣେ ଇନଫ୍ଲୁଏନ୍ସର ନଥିଲେ ବରଂ କୋଟି କୋଟି ଯୁବକ ଯୁବତୀଙ୍କ ପାଇଁ ସ୍ବପ୍ନ ଥିଲେ । ଯିଏ ପ୍ରମାଣ କରିଦେଇଥିଲେ କୌଣସି ସୁରକ୍ଷିତ କର୍ପୋରେଟ୍ ଚାକିରିର ସରହଦରୁ ବାହାରି ଜଣେ ନିଜ ବ୍ୟକ୍ତିଗତ ସ୍ବପ୍ନକୁ ପୂରଣ କରିପାରିବ । ଧୁମ୍ ବୁଲିପାରିବ, ବାହାର ଦୁନିଆର ଅନେକ ଅନୁଭୂତି ସାଉଁଟିପାରିବ । ଅନେକ ଟ୍ରାଭେଲ କରୁଛନ୍ତି ବ୍ଲଗିଙ୍ଗ ବି କରୁଛନ୍ତି କିନ୍ତୁ ଅନୁନୟଙ୍କ ଅନ୍ଦାଜ ପୂରା ଅଲଗା ଥିଲା । ସେ ସବୁବେଳେ କମ୍ ଖର୍ଚ୍ଚରେ ବିଶ୍ବ ଭ୍ରମଣର ଷ୍ଟ୍ରାଟେଜି ବନାଉଥିଲେ । ସେଥିପାଇଁ ତାଙ୍କ ଇନଷ୍ଟାରେ ଆଉ ୟୁଟ୍ୟୁବ ଚ୍ୟାନେଲରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଥିଲେ ।
ଅଧିକ ପଢନ୍ତୁ ... ଆଜିଠୁ ରୋଡ୍ କଂଗ୍ରେସର ମହାକୁମ୍ଭ, ଯୋଗଦେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ
ବିଶ୍ବ ଭ୍ରମଣ କରିବାର ତାଙ୍କ ତରିକା ଯୋଗୁଁ ସେ କେବଳ ଦେଶରେ ନୁହେଁ ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । କହିବାକୁ ଗଲେ ଅନୁନୟଙ୍କ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଭିତରେ ଥିଲା ବିଭିନ୍ନ ସ୍ଥାନ ବୁଲି ଅଭିଜ୍ଞତା ହାସଲ କରିବା , ଏ ବାବଦରେ ସମସ୍ତଙ୍କୁ ଜଣାଇବା , କିନ୍ତୁ ପେଶା ଥିଲା କର୍ପୋରେଟ୍ ଜବ୍ ।
ଏଥିରୁ ସେ ନିଜ ସ୍ବପ୍ନ ପାଇଁ ପୁଞ୍ଜି ଜମା କରୁଥିଲେ । ଆଉ ନୂଆ ଜାଗାର ସନ୍ଧାନରେ ବିଭିନ୍ନ ଟ୍ରାଭେଲ ଆପ୍ ସର୍ଚ୍ଚ କରୁଥିଲେ । ତାଙ୍କର ବିଶ୍ବସନୀୟତା ଓ ଯାତ୍ରା କୌଶଳ ତାଙ୍କୁ ଖାସ୍ ପରିଚୟ ଦେଲା । ’Everywhere agent’ ବନିବାର ସୁଯୋଗ ଦେଲା । ଏହା ତାଙ୍କର ପ୍ରଥମ ଓ ସବୁଠୁ ବଡ଼ ଉପଲବ୍ଧି ଥଲା ।
ସ୍ବିଜରଲ୍ୟାଣ୍ଡ ଟୁରିଜିମଠାରୁ ଆରମ୍ଭ କରି ଭିଜିଟ୍ ସାଉଦୀ, ନ୍ୟୁଜିଲ୍ୟାଣ୍ଡ ଟୁରିଜିମ୍ ବୋର୍ଡ, ଓପ୍ପୋ, ଏୟାରଟେଲ ଓ ଅନ୍ୟ ବଡ଼ ବଡ଼ ବ୍ରାଣ୍ଡରେ ତାଙ୍କର ବିଶେଷ ସ୍ଥାନ ଥିଲା । ବିଶ୍ବର ଯେଉଁ କୋଣକୁ ଯାଉଥିଲେ ସେଠିକାର ଖାଦ୍ୟପେୟଠାରୁ ଆରମ୍ଭ କରି ସଂସ୍କୃତି ଓ ପରମ୍ପରା ସବୁକୁ କ୍ୟାମେରାରେ କଏଦ କରୁଥିଲେ । ଡିଜିଟାଲ ପ୍ଲାଟଫର୍ମକୁ ନିଜର କାନେଭାସ୍ ବନାଇଥିଲେ । ଆଉ ଏଭଳି କଣ୍ଟେଣ୍ଟ ବନାଉଥିଲେ ଯାହା କେବଳ ତାଙ୍କ ଯାତ୍ରାର ପ୍ରମାଣ ନଥିଲା ବରଂ ଅନ୍ୟମାନଙ୍କୁ ଭ୍ରମଣ ପାଇଁ ଉତ୍ସାହିତ କରୁଥିଲା ।
ବିଶ୍ବ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅନୁନୟ । ଫୋର୍ବ୍ସ ଇଣ୍ଡିଆର ଟପ୍ 100 ଡିଜିଟାଲ ଷ୍ଟାର୍ସ ତାଲିକାରେ ଲଗାତାର ୩ ଥର ସ୍ଥାନ ପାଇଛନ୍ତି । ଏହାସହ ତାଙ୍କୁ ’ Travel influencer of the year’ ଆୱାର୍ଡ ମଧ୍ୟ ମିଳିଛି । ହେଲେ ବିଡମ୍ବନା କ୍ୟାରିୟର ଶୀର୍ଷ ଛୁଉଁଥିବା ସମୟରେ ତାଙ୍କ ଯାତ୍ରା ଅଧାରେ ରହିଗଲା । ଆଜି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କର ଶେଷ ସୋସିଆଲ ମିଡିଆ ପୋଷ୍ଟକୁ ଦେଖୁଛନ୍ତି । ଦିନେ ସେ କହିଥିଲେ ’ ଯଦି ମୋ କ୍ୟାମେରାର ଫଟୋରୁ କେହି ଜଣେ ବି ଦୁନିଆ ଦେଖିବାର ପ୍ରେରଣା ପାଇବ , ତାହେଲେ ମୋ କାମ ସଫଳ ହୋଇଯିବ’ । ଏବେ ସେ ନିଜେ କେବଳ ଫଟୋରେ ରହିଗଲେ ।
Follow Us