କନକ ବ୍ୟୁରୋ: ବାବୁଙ୍କୁ ମହଙ୍ଗା ପଡ଼ିଲା ବିଦେଶ ବୁଲା । ଶାରିରୀକ ଅସୁସ୍ଥତା କହି ଥାଇଲାଣ୍ଡ ବୁଲୁଥିଲେ। କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କଲେ ବୌଦ୍ଧ ସହକାରୀ ସମବାୟ ନିବନ୍ଧକ । ବୌଦ୍ଧ ଜିଲାର ଖୁଣ୍ଟବନ୍ଧ, ବୌଦ୍ଧ ଓ ଲୁଣିବାହାଲ ପ୍ୟାକ୍ସ ସମ୍ପାଦକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଜିଲ୍ଲାରେ ଚାଷୀ ପଞ୍ଜୀକରଣ ଓ ସାର ବିକ୍ରୟ ଚାଲିଥିବା ବେଳେ ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକ ବିଦେଶ ବୁଲିବାକୁ ଯାଇଥିଲ ।
ଏ ସମ୍ପର୍କରେ ଜଣାପଡ଼ିବା ପରେ ବୌଦ୍ଧ ସହକାରୀ ସମବାୟ ନିବନ୍ଧକ (ଏଆର୍ସି ଏସ୍) ଫକୀର ମୋହନ ବାଗ ତାଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ୩ଜଣ ପ୍ୟାକ୍ସ ସଂପାଦକ ସ୍ଵାସ୍ଥ୍ୟଗତ କାରଣରୁ ଛୁଟି ନେଇଥିବା ବେଳେ ବିଦେଶ ବୁଲିବାକୁ ଯାଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ୩ଜଣ ସଂପାଦକଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କ ସଂପର୍କ ବୌଦ୍ଧ ଜିଲାର ପେକ୍ସ ସଂପାଦକଙ୍କ ସହ ଥିବାରୁ ତଦନ୍ତ ଆଗକୁ ବଡ଼ିଥିଲା । ଏହିକ୍ରମରେ ବୌଦ୍ଧ ଜିଲାର ୩ଜଣ ପେକ୍ସ ସଂପାଦକଙ୍କୁ ନିଲମ୍ୱନ କରାଯାଇଥିଲା ।